ରାଧାଶ୍ୟାମ ପ୍ରଧାନ

ମୟୂରଭଞ୍ଜ ଜିଲ୍ଲାର ଖିଚିଂସ୍ଥିତ ମା’ କିଚକେଶ୍ୱରୀ ମନ୍ଦିରରେ ବଡ଼ ଧୂମ୍‌ଧାମ୍‌ରେ ପାଳନ ହୋଇଯାଇଛି ମହାଷ୍ଟମୀ ପୂଜା।

ଜଗତ ଜନନୀ ମା’ ଦୁର୍ଗାଙ୍କ ଅ।ଗମନରେ ସମସ୍ତ ଜୀବଜଗତ ଚଳଚଞ୍ଚଳ ହୋଇପଡ଼ିଥ।ନ୍ତି । ସତ ଯେମିତି ପ୍ରକୃତି ରାଣୀ ବି ନିଜକୁ ସଜେଇ ନେଇଥାଏ ମା’ ଦୁର୍ଗାଙ୍କ ସ୍ଵାଗତ କରିବାକୁ। ବିଭିନ୍ନ ସ୍ଥାନରେ ସାର୍ବଜନୀନ ପୂଜା ମଣ୍ଡପଗୁଡ଼ିକରେ ଲୋକେ ଉପଭୋଗ କରୁଥିବା ବେଳେ କେତେକ ପ୍ରାଚୀନ ପୀଠମାନଙ୍କରେ ବି ଏହି ପୂଜାର ମହକ ଟିକେ ନିଅ।ରା। ମୟୂରଭଞ୍ଜ ଜିଲ୍ଲାର ଯେଉଁ କେତୋଟି ସ୍ଥାନରେ ଦେବୀ ଦୁର୍ଗାଙ୍କୁ ପୀଠଦେବୀ ରୂପେ ପୂଜା କରାଯାଇଥାଏ। ତା’ ମଧ୍ୟରୁ ଖିଚିଂର ମା’ କିଚକେଶ୍ଵରୀ ଅନ୍ୟତମ।

ଭଞ୍ଜ ରାଜବଂଶର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କିଚକେଶ୍ଵରୀ। ମାତ୍ର ଭଞ୍ଜ ରାଜାମାନେ ସାଧାରଣତଃ ଶୈବ ଧର୍ମର ଉପାସକ ଥିଲେ ବି ସେମାନଙ୍କ ରାଜଧାନୀ ନିକଟରେ ଶକ୍ତି ଉପାସକ ଭାବେ ମା’ କିଚକେଶ୍ଵରୀଙ୍କୁ ସ୍ଥାପନ କରିଥିଲେ। ଖିଚିଂର ପୌରାଣିକ ତଥ୍ୟକୁ ବିଶ୍ଲେଷଣ କଲେ ଜଣାପଡ଼େ ଯେ, ଏହା ମହାଭାରତ ସମୟର ବିରାଟ ଗଡ଼ ଥିଲା ଏବଂ ତାହା ରାଜା କିଚଙ୍କକ ଦ୍ଵାରା ଶାସିତ ହେଉଥିଲା। ଅ।ଉ ସେ କିଚଙ୍କକ ଅ।ରାଧ୍ୟ ଦେବୀ ଥିଲେ ମାଅ। କିଚକେଶ୍ଵରୀ।

ସେହି ଅନୁସାରେ ଭଞ୍ଜ ରାଜାମାନେ ଏହାର ନାମ ମଧ୍ୟ ରଖିଥିଲେ ଖିଚିଂ। ଏକଦା ୯୨୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିବା ଏହି ମନ୍ଦିରକୁ ୧୯୩୪ ମସିହାରେ ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ସମୟରେ ପୁନଃନିର୍ମାଣ କରାଯାଇଥିଲା।

ଏହି ଶକ୍ତିପୀଠରେ ଚାମୁଣ୍ଡା ଦେବୀ ମା’ କିଚକେଶ୍ଵରୀଙ୍କ ରୂପରେ ପୂଜା ପାଉଛନ୍ତି। ସେଦିନର ମହାରାଜାମାନେ ଏହି ମନ୍ଦିରରେ ମା’ଙ୍କ ନିତି ପୂଜା ବିଧିର ପରିଚାଳନା ପାଇଁ ପୂଜକଙ୍କ ସମେତ ସେବକମାନଙ୍କୁ ମଧ୍ୟ ନିୟୋଜିତ କରିଥିଲେ। ମା’ କିଚକେଶ୍ଵରୀଙ୍କ ନିତି ପୂଜା ବିଧି ଅନୁସାରେ କରାଯାଉଥିଲେ ମଧ୍ୟ ତାଙ୍କର ଯେଉଁ କେତୋଟି ମୁଖ୍ୟ ପୂଜା ଭାବେ ଗ୍ରହଣ କରାଯାଇଥାଏ, ତା’ ମଧ୍ୟରୁ ପବିତ୍ର ଦୂର୍ଗାପୂଜା ଅନ୍ୟତମ।

ପବିତ୍ର ଦୂର୍ଗାପୂଜା ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ଶକ୍ତିକ୍ଷେତ୍ର ମା’ କିଚକେଶ୍ଵରୀଙ୍କ ମନ୍ଦିରରେ ମା’ ଦୁର୍ଗାଙ୍କୁ ଷୋଡ଼ଶ ଉପଚ।ରରେ ପୂଜାର୍ଚ୍ଚନା କରାଯାଇଥାଏ। ମା’ କିଚକେଶ୍ଵରୀଙ୍କ ପୂଜା ବିଧି କିଛିଟା ନିଅ।ରା। ପ୍ରତିଦିନ ତାଙ୍କର ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଅ।ସିଥାନ୍ତି ଦର୍ଶନ କରି କରୁଣା ଲାଭ କରିବାକୁ।

ମାତ୍ର ଏହି ଦୁର୍ଗାପୂଜା ଅବସରରେ ତିନି ଦିନ ବ୍ୟାପି ସ୍ଵତନ୍ତ୍ର ପୂଜା ଦେଖିବାକୁ ବହୁ ଜନସମାଗମ ହୋଇଥାନ୍ତି। ମା’ଙ୍କ ନିକଟରେ ମାନସିକ କଲେ ଭକ୍ତର ମନସ୍କାମନା ପୂର୍ଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ଵାସ କରିଥାନ୍ତି। ପୌରାଣିକ ମତ ଅନୁସାରେ, ମା’ ଦୁର୍ଗା ଚାମୁଣ୍ଡା ରୂପରେ ଏଠାରେ ପୂଜା ପାଇଥାନ୍ତି।

 

ସେଥିପାଇଁ ଏହାର ପୂଜାବିଧିରେ ମଧ୍ୟ କିଛିଟା ନିଅ।ରା ପରମ୍ପରା ଦେଖିବାକୁ ମିଳିଥାଏ। ତିନି ଦିନ ଧରି ମା’ କିଚକେଶ୍ଵରୀଙ୍କୁ ଭିନ୍ନ ଭିନ୍ନ ବେଶରେ ଭୂଷିତ କରାଯାଇଥାଏ। ଏହି ତ୍ରିଦିନାତ୍ମକ ପୂଜା ଯଥା – ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ ପରେ ଶେଷ ଦିନରେ ବିଜୟା ଦଶମୀ ତିଥିରେ ପୂର୍ଣାହୁତି ପର୍ବ ପାଳିତ ହୋଇଥାଏ।

ମା’ ଦୁର୍ଗାଙ୍କର ଏହି ପବିତ୍ର ଉତ୍ସବକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଦେଖିବାକୁ ଅ।ସିଥାନ୍ତି। ମୟୂରଭଞ୍ଜ ଜିଲ୍ଲାରେ ମା’ କିଚକେଶ୍ଵରୀଙ୍କ ପୀଠ ପୂଜା ଭଳି ଅ।ହୁରି ଅନେକ ପୀଠରେ ମା’ ଦୁର୍ଗା ପୂଜା ପାଇଥାନ୍ତି। ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକାଙ୍କୁ ମଧ୍ୟ ପୀଠରେ ପୂଜା କରାଯାଇଥାଏ। ତେବେ ମା’ କିଚକେଶ୍ଵରୀଙ୍କ ପୀଠର ଅ।କର୍ଷଣ ଟିକେ ନିଅ।ରା।

LEAVE A REPLY

Please enter your comment!
Please enter your name here