ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂଜାମଣ୍ଡପରେ ଧୁମଧାମରେ ଚାଲିଛି ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା।

ରାଜଧାନୀବାସୀ ବହୁତ ଧୁମଧାମରେ ପାଳୁଛନ୍ତି ମହାମାୟାଙ୍କ ମହାଷ୍ଟମୀ ପୂଜା। ପୂଜାମଣ୍ଡପରେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମା’ଙ୍କ ଆବାହନ ପାଇଁ ସବୁଠି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଏଥିପାଇଁ ସ୍ମାର୍ଟସିଟି ପୂଜାମଣ୍ଡପରେ ଲାଗିଛି ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼।

ପୂଜାମଣ୍ଡପରେ ମା’ଙ୍କ ଅଷ୍ଟମୀପୂଜା ସ୍ୱତନ୍ତ୍ର ରୀତିନୀତିରେ କରାଯାଉଛି। ସକାଳୁ ମା’ଙ୍କର ସୂର୍ଯ୍ୟ ପୂଜା କରାଯାଇଥିଲା। ଷୋଡ଼ଶ ପୂଜା ଉପଚାର ପରେ ମା’ଙ୍କ ନିକଟରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା। ମହାଷ୍ଟମୀରେ ମା’ ଦୁର୍ଗାଙ୍କର ମହାଗୌରୀ ରୂପକୁ ପୂଜା କରାଯାଏ।

ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ସମ୍ବଲପୁର ଆଦି ସହରରେ ଧୁମଧାମର ସହ ଦୁର୍ଗାପୂଜା ପାଳିତ ହୋଇଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସ୍ଥାନରେ ପୂଜାର ବାତାବରଣ ଲାଗି ରହିଛି। ଭିଡ଼କୁ ନଜରରେ ରଖି ପୂଜାମଣ୍ଡପ କମିଟିମାନେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି।

Comment