ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏମ୍‌ ଜେ ଆକବରଙ୍କ ପଦ ଛଡ଼ାଇ ନେଲା ‘ମି ଠୁ’ ଆନ୍ଦୋଳନ। ମନ୍ତ୍ରିମଣ୍ଡଳରୁ ଦେଲେ ଇସ୍ତଫା।

ମହଙ୍ଗା ପଡ଼ିଲା ଯୌନ ନିର୍ଯାତନା ଅଭିଯୋଗ। ଇସ୍ତଫା ଦେଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏମ୍‌ ଜେ ଆକବର। ‘ମି ଠୁ’ ଆନ୍ଦୋଳନରେ ଆକବରଙ୍କ ବିରୋଧରେ ଆସିଥିଲା ଯୌନ ନିର୍ଯାତନା ଅଭିଯୋଗ। ପ୍ରାୟ ୧୬ରୁ ଅଧିକ ମହିଳା ଆଣିଥିଲେ ସଙ୍ଗିନ ଅଭିଯୋଗ।

ଆକବରଙ୍କ ବିରୋଧରେ ପ୍ରଥମେ ମହିଳା ସାମ୍ବାଦିକ ପ୍ରିୟା ରମାଣୀ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ। ଏହାକୁ ଖଣ୍ଡନ କରିଥିଲେ ଆକବର। ଏହି ଅଭିଯୋଗ ତାଙ୍କ ସମ୍ମାନରେ ଆଞ୍ଚ ଆଣିଥିବାରୁ ଆକବର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପ୍ରିୟା ରମାଣୀଙ୍କ ବିରୋଧରେ ଫୌଜଦାରୀ ମାନହାନି ମକଦ୍ଦମା ରୁଜୁ କରିଥିଲେ।

ମଙ୍ଗଳବାର ଦିନ ମହିଳା ସାମ୍ବାଦିକ ତୁସିତା ପଟେଲ ମଧ୍ୟ ସମାନ ଅଭିଯୋଗ କରିଥିଲେ। ଜଣେ ବିଦେଶୀ ମହିଳା ସାମ୍ବାଦିକ ବି ଆକବରଙ୍କୁ ବିରୋଧରେ ଅଭିଯୋଗ ଆଣିଥିଲେ।

ଦିନକୁ ଦିନ ଏମ୍‌ ଜେ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ତାଲିକା ଲମ୍ବା ହେବାରୁ ଆଜି ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।

Comment