ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ସୋମି ଅଲ୍ଲୀ ‘ମି ଠୁ’ ଆନ୍ଦୋଳନରେ ନିଜର ଲୋମ ଟାଙ୍କୁରା କାହାଣୀ ବର୍ଣ୍ଣନା କରିଛନ୍ତି।

ବଲିଉଡ ଅଭିନେତ୍ରୀ ତଥା ସଲମାନଙ୍କ ଏକ୍ସ – ଗାର୍ଲଫ୍ରେଣ୍ଡ ସୋମି ‘ମି ଠୁ’ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସୋସିଆଲ୍ ମିଡିଆରେ ଚାଞ୍ଚଲ୍ୟକର ସୂଚନା ଦେଇ ସେ କହିଛନ୍ତି ଯେ, ୧୪ ବର୍ଷ ବୟସରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। କେବଳ ସେତିକି ନୁହେଁ, ମାତ୍ର ୫ ବର୍ଷ ବୟସରୁ ସେ ବାରମ୍ବାର ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ଲେଖିଛନ୍ତି।

 

View this post on Instagram

 

As a survivor of sexual abuse at the age of 5 and rape at 14, I would like to salute all those that have spoken up and plan on doing so. I know it is very difficult to do it because I have been there and it took me many years to be able to talk about it. It takes immense amount of courage to share this with the world. It’s even harder when you tell those that are close to you and they are supposed to protect you, yet they do nothing. I have been there too and it hurts like hell. But I want these survivors to know it is truly liberating and completely worth it. Do not let the nonbelievers stop you. This is your truth. Do not ever be afraid to speak your truth. Do not let this opportunity pass you. This is a moment that has been long overdue for all of us. This is your chance to be heard and finally obtain justice. I believe you. . . . . #metoo #ibelieveyou #somyali #speakup #shoutitout #iamwithyou #survivors #truth #takeastand #staystrong #wecandoit #justice #longoverdue #pakistan #india #bollywood

A post shared by Somy Ali (@realsomyali) on

ସୋମି ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ କ୍ଷୋଭ ପ୍ରକାଶ କରି ଏହି ଘଟଣାର ବର୍ଣ୍ଣନା କରିଛନ୍ତି। ‘ମି ଠୁ’ ଆନ୍ଦୋଳନରେ ନିଜର ସ୍ୱର ଉଠାଇ ସୋମି କହିଛନ୍ତି, “ସେତେବେଳେ ମୋର ବୟସ ମାତ୍ର ୫ବର୍ଷ। ଆମ ପରିବାର ପାକିସ୍ତାନରେ ରହୁଥିଲା। ଆମ ଘରର ଚାକର ବାରମ୍ବାର ମୋତେ ଅସଦାଚରଣ କରୁଥିଲା। କିନ୍ତୁ ମୁଁ ଭୟରେ ଏବିଷୟରେ କେବେ କାହାକୁ କିଛି କହି ପାରିନାହିଁ।”

ସୋମି ଆହୁରି ମଧ୍ୟ କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ତାଙ୍କର ପରିବାର ଆମେରିକା ଚାଲି ଆସିଥିଲେ। ସେଠାରେ ମଧ୍ୟ ସେ ଯୌନ ଶୋଷଣର ଶିକାର ହୋଇଥିଲେ ।

“ମୁଁ କଲେଜ ପଢ଼ିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲି। ଏହାଫଳରେ ମୁଁ ଗର୍ଭବତୀ ହୋଇଥିଲି”, ଏହି ଲୋମ ଟାଙ୍କୁରା କଥା ଖୋଲି କହିଛନ୍ତି ସୋମି।

‘ମି ଠୁ’ ଆନ୍ଦୋଳନ ତାଙ୍କୁ ଏହି ଘଟଣା ମନେ ପକାଇ ସମସ୍ତଙ୍କ ନିକଟରେ ବର୍ଣ୍ଣନା କରିବାପାଇଁ ସାହସ ଦେଲା ବୋଲି ସୋମି ଲେଖିଛନ୍ତି। “ମୁଁ ଜାଣିଛି ଏଭଳି ଘଟଣାକୁ ସମସ୍ତଙ୍କ ସାମ୍ନାରେ ରଖିବା ଏତେ ସହଜ କଥା ନୁହେଁ। ଏଥିପାଇଁ ମୋତେ ଅନେକ ବର୍ଷ ଲାଗିଗଲା। ଯେଉଁମାନେ ଜୀବନରେ ଏଭଳି ଘଟଣାର ଶିକାର ହୋଇଛନ୍ତି, ସେମାନେ କୌଣସି ସଙ୍କୋଚ ନ କରି ସାହସର ସହିତ ଦୁନିଆକୁ ଏହି ସତ୍ୟ ଜଣାଇବା ଦରକାର”, ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ମନରେ ସାହସ ଆଣିବା ପାଇଁ ଏହି କଥା ଉଠାଇଛନ୍ତି ଅଭିନେତ୍ରୀ ସୋମି ଅଲ୍ଲୀ।

୧୯୯୨ ମସିହାରେ ଫିଲ୍ମ ‘ବୁଲନ୍ଦ’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ସୋମି। ଭାଇଜାନ ସଲମାନଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ ସେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା, ଯାହା ଦୀର୍ଘ ୮ବର୍ଷ ଧରି ଚାଲିଥିଲା। କିନ୍ତୁ ଅଭିନେତ୍ରୀ ଐଶ୍ୱର୍ଯ୍ୟଙ୍କ କାରଣରୁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା।

ମି ଠୁ ଆନ୍ଦୋଳନକୁ ନେଇ ଏବେ ଦେଶ ଉଠୁଛି ପଡ଼ୁଛି। ସିନେମା, ସାମ୍ବାଦିକତା, ରାଜନୀତି ଏବଂ କଳା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଅନେକ ବ୍ୟକ୍ତିଙ୍କ ସମ୍ପର୍କରେ ଯୌନ ଶୋଷଣର ଅଭିଯୋଗ ଆସୁଛି। ପ୍ରତିଦିନ ଏହି ଆନ୍ଦୋଳନରେ ନୂଆ ନୂଆ କାହାଣୀ ବିଭିନ୍ନ ମିଡ଼ିଆରେ ପ୍ରକାଶ ପାଉଛି। ବିଶେଷକରି ଜୀବନର ବିଭିନ୍ନ ପାହାଚରେ ଯୌନ ଶୋଷଣର ଶିକାର ହେଉଥିବା ମହିଳାମାନେ ସାହସ ସଞ୍ଚୟ କରି ଆଜି ସୋସିଆଲ ମିଡିଆରେ ମୁହଁ ଖୋଲି ପାରୁଛନ୍ତି।

Comment