ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ୱଚାକୁ ଚିକ୍କଣ, ଦାଗ ମୁକ୍ତ କରିବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ବିଭିନ୍ନ କେମିକାଲ, ଲେଜର ଟ୍ରିଟ୍ମେଣ୍ଟ ଆପଣେଇଥାନ୍ତି। କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ। ତେବେ ଘରୋଇ ଉପାୟରେ ତ୍ୱଚାରେ ହୋଇଥିବା କଣା ଦାଗକୁ କିଭଳି ଦୂର କରିହେବ, ଆସନ୍ତୁ ଜାଣିବା
କଣା ଦାଗ ବା ନିଜ ତ୍ୱଚାରେ ହୋଇଥିବା ଛୋଟ ବଡ଼ ରନ୍ଧ୍ର, ଯାହାଫଳରେ ବ୍ରଣ, ହ୍ୱାଇଟ୍ ହେଡ, ବ୍ଲାକ୍ ହେଡ ଭଳି ସମସ୍ୟା ଦେଖାଦିଏ। ଏହାଦ୍ୱାରା ତ୍ୱଚା ମଳିନ ଦେଖାଯାଏ।
କଣା ଦାଗର କାରଣ?
- ହରମୋନରେ ପରିବର୍ତ୍ତନ
- ଜେନେଟିକ
- ତ୍ୱଚାରେ ଅଧିକ ଝାଳ ବୋହିଲେ
- ଚିନ୍ତା
- ତୈଳୀୟ ତ୍ୱଚା
- ଏଜିଙ୍ଗ
- ଅସ୍ୱାସ୍ଥ୍ୟକର ଖାଦ୍ୟ
କଣା ଦାଗର ଘରୋଇ ଉପଚାର
- ଅଣ୍ଡା ଧଳା ଅଂଶରେ ସ୍କିନ ଟୋନିଙ୍ଗ ଏବଂ ହ୍ୱାଇଟେନିଙ୍ଗ ଭଳି ତତ୍ତ୍ୱ ଭରି ରହିଥାଏ। ଏହା ତ୍ୱଚାକୁ ଟାଇଟ ରଖିବା ସହ କଣା ଦାଗକୁ ବନ୍ଦ କରିଥାଏ। ଏହାକୁ ସପ୍ତାହକୁ ଦୁଇଥର ଲଗାନ୍ତୁ।
- କାକୁଡ଼ି ତ୍ୱଚାର ନମନୀୟତାକୁ ବଜାୟ ରଖେ। ପ୍ରତିଦିନ କାକୁଡ଼ି ରସକୁ ତ୍ୱଚାରେ ଲଗେଇଲେ କଣା ଦାଗ ବନ୍ଦ ହୋଇଥାଏ।
- ଟମାଟୋରେ ପ୍ରାକୃତିକ ଏସିଡ ଓ ତୈଳ ଭରି ରହିଥାଏ। ଏହା ତ୍ୱଚାକୁ ଟାଇଟ ରଖିବାରେ ଓ ତ୍ୱଚାରେ ହୋଇଥିବା କଣା ଦାଗକୁ ରୋକିବାରେ ସାହାର୍ଯ୍ୟ କରିଥାଏ।
- ଲେମ୍ବୁରେ ଆଷ୍ଟ୍ରିଜେଣ୍ଟ ପରିମାଣ ବେଶି ଥାଏ। ଏହା ତ୍ୱଚାକୁ ସଫା ରଖିବା ସହ କଣା ଦାଗକୁ ରୋକିଥାଏ। ସପ୍ତାହକୁ ଦୁଇଥର ଲେମ୍ବୁକୁ ମହୁ ସହ ମିଶେଇ ଲଗାନ୍ତୁ।
- ଆଲୋଭେରା କଣା ଦାଗ ପାଇଁ ବେଶ୍ ଲାଭଦାୟକ। ଏଥିରେ ବ୍ରଣ ଓ ବ୍ଲାକ ହେଡ ରୋକିବାର ତତ୍ତ୍ୱ ରହିଥାଏ। ଆଲୋଭେରାରେ କଣା ଦାଗ ବନ୍ଦ କରିବା ଭଳି କଣିକା ଥାଏ।