ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା।
ଶୁକ୍ରବାର ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ଶନିବାର ମେଲାଣି ନେବେ ମା’ଦୁର୍ଗା। ମାଆଙ୍କ ମେଲାଣି ପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱର ଓ କଟକରେ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୃତି ଶେଷ ହେବା ଉପରେ।
ମା’ଙ୍କ ବିସର୍ଜନ ପାଇଁ ଭୁବନେଶ୍ୱରରେ ୪ଟା କୃତ୍ରିମ ପୋଖରୀ ଏବଂ କଟକର ଦେବୀ ଗଡ଼ଠାରେ ଦୁଇଟି କୃତ୍ରିମ ପୋଖରୀର ବ୍ୟବସ୍ଥା କରାଯାଇଛି। ଏହି ମେଲାଣି ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ରୁଟରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି।

ସୂଚନାଯୋଗ୍ୟ ରାଜଧାନୀ ଭୁବନେଶ୍ୱର ବିଭିନ୍ନ ପୂଜା କମିଟି ପକ୍ଷରୁ ଶୁକ୍ରବାର ରାତି ରାବଣ ପୋଡ଼ିର ଆୟୋଜନ କରାଯାଇଥିଲା। ଚଳିତବର୍ଷ କେତେକ ସ୍ଥାନରେ ରାବଣପୋଡ଼ି ବିନା ଆତସବାଜିରେ ହୋଇଛି। ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା ରାବଣପୋଡ଼ି ଦେଖିବାକୁ।


















