ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଦୀପାବଳିରେ ମାତ୍ର ଦୁଇଘଣ୍ଟା ବାଣ ଫୁଟାଇବାକୁ ନିଷ୍ପତ୍ତି ଦେଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ଦେଶବ୍ୟାପୀ ବାଣ ବିକ୍ରି ଓ ବାଣ ଫୁଟାକୁ ନେଇ ରାୟ ଶୁଣାଇଛନ୍ତି। ବାଣ ବିକ୍ରି ଓ ବାଣ ଫୁଟାକୁ ନେଇ କଟକଣା ନଲଗାଇ ଏହା ଉପରେ ସର୍ତ୍ତ ଲାଗୁ କରିଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ ସାରା ଦେଶରେ ବାଣ ଫୁଟାଇବା ଉପରେ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି। କେବଳ ୨ଘଣ୍ଟା ଫୁଟାଇପାରିବେ ବାଣ।

ସୁପ୍ରିମକୋର୍ଟ ବାଣର ଅନଲାଇନ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଲାଇସେନ୍ସ ଧାରୀ ବିକ୍ରେତା ହିଁ ବାଣ ବିକ୍ରି କରିପାରିବେ। କମ୍ ପ୍ରଦୂଷଣ ଯୁକ୍ତ ବାଣ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ।

ଦୀପାବଳି ଦିନ ବାଣ ଫୁଟାଇବା ପାଇଁ ୮ ରୁ ୧୦ଟା ସମୟ ନିର୍ଦ୍ଧାରିତ କରିଛନ୍ତି। ସେହିପରି ନୂଆ ବର୍ଷ ଓ ବଡ଼ ଦିନ ଅବସରରେ ୧୧.୫୫ ରୁ ୧୨ଟା ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ।

ଏଥିସହ ଫ୍ଲିପକାର୍ଟ ଓ ଆମାଜନ ଭଳି ଅନଲାଇନ କମ୍ପାନୀ ଦ୍ୱାରା ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଯଦି କେହି ଅନଲାଇନରେ ବାଣ  ବିକ୍ରି କରୁଛନ୍ତି ତେବେ ତାଙ୍କ ବିରୋଧରେ ଅବମାନନା ମମଲା ଚାଲିବ। ନିର୍ଦ୍ଧାରିତ ଡେସିବଲ ଲିମିଟ ଭିତରେ ଧ୍ୱନି ବାହାର କରୁଥିବା ବାଣ ହିଁ ଫୁଟାଇପାରିବେ।

ଗତବର୍ଷ ଦୀପାବଳି ପୂର୍ବରୁ କୋର୍ଟ ବାଣ ବିକ୍ରି ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଇଥିଲେ।

 

Comment