ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳି ବ୍ରତ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗୁରୁବାର ଅପରାହ୍ନ ୫ଟା ବେଳେ ସଚିବାଳୟରେ ଭିଡିଓ କନଫରେନସିଂ ଜରିଆରେ ହବିଷ୍ୟାଳି କେନ୍ଦ୍ରଗୁଡ଼ିକର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

୪ଟି ସ୍ଥାନରେ ୨୫୦୦ ହବିଷ୍ୟାଳିଙ୍କ ରହିବା ସହ ଖାଇବା ଏବଂ ଅନ୍ୟ ସୁବିଧାର ବ୍ୟବସ୍ଥା କରିଛନ୍ତି ସରକାର।

ଅନ୍ୟପକ୍ଷରେ ରେଳବାଇ ଯାତ୍ରୀ ନିବାସ ଉପରେ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି। ଜିଲ୍ଲା ପ୍ରସାଶନ ପକ୍ଷରୁ ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣମଣ୍ଡପ, ଜଗନ୍ନାଥ ବଲ୍ଲଭ ବାଖ୍ୟାନ କେନ୍ଦ୍ର ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ହବିଷ୍ୟାଳିମାନଙ୍କ ପାଇଁ କେନ୍ଦ୍ର କରାଯାଇଛି।

ଏଠାରେ ହବିଷ୍ୟାଳିମାନଙ୍କର ରହିବା, ଖାଇବା, ସ୍ୱାସ୍ଥ୍ୟସେବା ଆଦି ବ୍ୟବସ୍ଥା କରାଯାଇଛି।

ପୁରୀରେ ପହଞ୍ଚିଛନ୍ତି ୨୫୦୦ ହବିଷ୍ୟାଳି। ପୁରୀ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଆଦି ଜିଲ୍ଲାରୁ ହବିଷ୍ୟାଳିମାନେ ଆସିଥିବା ଜଣାପଡ଼ିଛି।

ସଚିବାଳୟରେ ଏହି ଯୋଜନା ଶୁଭାରମ୍ଭ କରିବା ବେଳେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିବା ବେଳେ ପୁରୀରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ପୁରୀ ଜିଲ୍ଲାର ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ।

Comment