ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣା ବିମାନବନ୍ଦରରେ ଘଟିଛି ଏକ ଅଭାବନୀୟ ଘଟଣା। ୱାଇଏସ୍‌ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼ ଘଟଣା ଆନ୍ଧ୍ରପ୍ରଦେଶ ରାଜନୀତିକୁ ସରଗରମ କରିଛି। ଆଜି ଅପରାହ୍ଣରେ ଘଟିଛି ଏହି ଘଟଣା।

ଛୁରାମାଡ଼ରେ ଜଗନମୋହନଙ୍କ ବାମ ହାତରେ ଆଘାତ ଲାଗିଛି। ଆକ୍ରମଣ କରିଥିବା ଯୁବକଙ୍କୁ କାବୁ କରିନେଇଛନ୍ତି ସୁରକ୍ଷା କର୍ମୀ। ଛୁରାମାଡ଼ କରିଥିବା ଯୁବକ ଜଣକ ହେଲେ ଶ୍ରୀନିବାସ। ସେ ବିମାନବନ୍ଦର କ୍ୟାଣ୍ଟିନରେ ସର୍ଭର ଭାବେ କାମ କରନ୍ତି।

ହାଇଦ୍ରାବାଦ ଅଭିମୁଖେ ଯିବା ପାଇଁ ଜଗନମୋହନ ଆଜି ବିଶାଖାପାଟଣା ବିମାନ ବନ୍ଦରର ଭିଆଇପି ରୁମ୍‌ରେ ବିମାନକୁ ପ୍ରତୀକ୍ଷା କରିଥିଲେ। ଏହି ସମୟରେ ଶ୍ରୀନିବାସ ଜଗନମୋହନଙ୍କ ସହ ସେଲ୍‌ଫି ନେବାକୁ ଚାହିଁଥିଲା। ସେଲ୍‌ଫି ନେବା ବେଳେ ହିଁ ସେ ଜଗନମୋହନଙ୍କ ବାମ ହାତକୁ ଛୁରାମାଡ଼ କରିଥିବା ଜଣାପଡ଼ି।

“ଛୁରାମାଡ଼ ଖବର ଶୁଣି ସମସ୍ତେ ବ୍ୟସ୍ତ ହୋଇଯାଇଛନ୍ତି। ହେଲେ ମୁଁ ସୁରକ୍ଷିତ ରହିଛି। ଭଗବାନଙ୍କ କୃପା ଏବଂ ଆନ୍ଧ୍ରପ୍ରଦେଶବାସୀଙ୍କ ଭଲପାଇବା ଏବଂ ଶ୍ରଦ୍ଧା ପାଇଁ ମୁଁ ଭଲ ଅଛି”, ଟୁଇଟ୍ କରି ସୂଚନା ଦେଇଛନ୍ତି ଜଗନମୋହନ।

Comment