ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଲୋକର ପର୍ବ ଦୀପାବଳିରେ ବାଣ ଫୁଟାକୁ ନେଇ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ। ବାଣ ଫୁଟାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଏସ୍‌ପି ଏବଂ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦୀପାବଳିରେ ବାଣ ଫୁଟା ଉପରେ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ। ଏହାକୁ ଓଡ଼ିଶାରେ କଡ଼ାକଡ଼ି ଭାବେ ପାଳନ କରିବାକୁ ଆଗେଇ ଆସିଛି ଓଡ଼ିଶା ପୋଲିସ।

ଏହାସହ ସମ୍ବେଦନଶୀଳ ସ୍ଥାନମାନଙ୍କରେ ବାଣ ଫୁଟାଇବାକୁ ବାରଣ କରିଛନ୍ତି ପୋଲିସ ଡିଜି। ବାଣ ଫୁଟାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ସ୍ଥାନରେ ସମସ୍ତେ ବାଣ ଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି। ଫଳରେ ବାଣଫୁଟାଳୀ ଏବଂ ଆଖପାଖରେ ଥିବା ଲୋକେ ସୁରକ୍ଷିତ ରହିପାରିବେ।

Comment