ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାରଠାରୁ ଜାପାନ ଗସ୍ତରେ ଯାଇଥିବା ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦୁଇ ପାକ୍ଷିକ ଆଲୋଚନା କରିଥିଲେ।
ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ୬ଟି ଚୁକ୍ତି ସ୍ୱାକ୍ଷର ହୋଇଛି। ଏଥିରେ ରହିଛି ହାଇସ୍ପିଡ୍ ଟ୍ରେନ ଏବଂ ନାଭାଲ ସହଯୋଗିତା। ଏହାସହ ଡିଜିଟାଲ ପାର୍ଟନରସିପ୍, ସାଇବର ସ୍ପେଶ୍, ସ୍ବାସ୍ଥ୍ୟ ଏବଂ ପ୍ରତିରକ୍ଷା ପ୍ରସଙ୍ଗରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରିବା ପାଇଁ ଆଲୋଚନା ହୋଇଛି।
ଭାରତରେ ୨.୫ ବିଲିୟନ ଆମେରିକୀୟ ଡଲାର ପୁଞ୍ଜି ନିବେଶ କରିବା ପାଇଁ ଜାପାନ ପୁଞ୍ଜି ନିବେଶକାରୀମାନେ ଘୋଷଣା କରିଛନ୍ତି।
ଟୋକିଓରେ ଇଣ୍ଡିଆ ଜାପାନ ପାର୍ଟନରସିପ୍ ଇନ ଆଫ୍ରିକା ଆଣ୍ଡ ଡିଜିଟାଲ ସେମିନାରକୁ ଉଦଘାଟନ କରିଥିଲେ ମୋଦି।

ଏହି ଅବସରରେ ମୋଦି କହିଥିଲେ, “ଭାରତକୁ ମିନି ଜାପାନ ଭାବେ ଗଢ଼ିବା ପାଇଁ ମୁଁ ପୂର୍ବରୁ ଅନେକଥର କହିଛି। ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲି ସେତେବେଳେ ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାରେ ଭାରତର ସ୍ଥାନ ୧୪୦ ରହିଥିଲା। କିନ୍ତୁ ୧୦୦ ତାଲିକା ଭିତରେ ରହିଛି ଭାରତ।”
ଏହି ଅବସରରେ ମୋଦି ଜାପାନରେ ଇଣ୍ଡିଆ କମ୍ୟୁନିଟିକୁ ଉଦବୋଧନ ଦେଇଥିଲେ।


















