ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରମାଗତ ଭାବେ ପୁଣି କମିଛି ପେଟ୍ରୋଲ ଏବଂ ଡିଜେଲର ଦର।
ମଙ୍ଗଳବାର ପୁଣି କ୍ରମାଗତ ଭାବେ କମିଛି ପେଟ୍ରୋଲ ଏବଂ ଡିଜେଲର ଦର। ଅନ୍ତଃରାଷ୍ଟ୍ରୀୟ ବଜାରରେ କଞ୍ଚାତେଲର ଦାମ କମୁଥିବାରୁ ତୈଳ ଦରରେ ହ୍ରାସ କ୍ରମାଗତ ଭାବେ ହେଉଛି। ୧୩ତମ ଦିନରେ କ୍ରମାଗତ ଭାବେ ତୈଳ ଦର ହ୍ରାସ ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୨୦ ପଇସା ହ୍ରାସ ପାଇ ଥିବାବେଳେ ଡିଜେଲର ଦର ୦୭ ପଇସା ହ୍ରାସ ପାଇଛି।
ଅର୍ଥାତ୍ ଏବେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୯ ଟଙ୍କା ୫୫ ପଇସା ହୋଇଥିବା ବେଳେ ଡିଜେଲର ଦର ଲିଟର ପିଛା ୭୩ ଟଙ୍କା ୭୮ ପଇସା ହୋଇଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୨୦ ପଇସା ହ୍ରାସ ପାଇ ଲିଟର ପିଛା ୮୫ ଟଙ୍କା ୦୪ ପଇସା ହୋଇଥିବା ବେଳେ ଡିଜେଲର ଦର ୦୮ ପଇସା କମି ୭୭ ଟଙ୍କା ୩୨ ପଇସା ହୋଇଛି।
ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ୨୦ ପଇସା ହ୍ରାସ ପାଇ ଲିଟର ପିଛା ୭୮ ଟଙ୍କା ୩୯ ପଇସା ହୋଇଥିବା ବେଳେ ଡିଜେଲର ଦର ୦୮ ପଇସା ହ୍ରାସ ପାଇ ୭୯ ଟଙ୍କା ୧୪ ପଇସା ହୋଇଛି।


















