ଓଡ଼ିଶାଲାଇଭ୍ ବ୍ୟୁରୋ

- ଅଣକୁଶଳୀ ଶ୍ରମିକଙ୍କ ମଜୁରି ହେଲା ୨୮୦ ଟଙ୍କା
- ଅର୍ଦ୍ଧକୁଶଳୀଙ୍କ ମଜୁରି ୩୨୦ ଟଙ୍କା
- କୁଶଳୀ ଶ୍ରମିକଙ୍କ ମଜୁରି ହେଲା ୩୭୦ ଟଙ୍କା
- ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରି ୪୩୦ ଟଙ୍କା
ଶ୍ରମିକମାନଙ୍କ ପାଇଁ ଖୁସି ଖବର। ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରି ହାର। ତିନି ବର୍ଷ ପରେ ରାଜ୍ୟ ସରକାର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ହାରରେ ସଂଶୋଧନ କରିଛନ୍ତି। କୁଶଳୀ, ଅଣକୁଶଳୀ, ଅର୍ଦ୍ଧ କୁଶଳୀ, ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରି ବୃଦ୍ଧି ପାଇଛି।
ଅଣକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରି ୨୦୦ରୁ ୨୮୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୨୨୦ରୁ ୩୨୦ ଟଙ୍କା, କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୨୪୦ରୁ ୩୭୦ ଟଙ୍କା ଏବଂ ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରି ୨୬୦ରୁ ୪୩୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ବଜାର ଦର, ପଡ଼ୋଶୀ ରାଜ୍ୟମାନଙ୍କର ସର୍ବନିମ୍ନ ମଜୁରିକୁ ଦୃଷ୍ଟିରେ ରଖି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


















