ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲା କରଞ୍ଜିଆ ରାସ୍ତାର ଜାମୁନଣ୍ଡାରେ ଛକ ନିକଟରେ ଏକ ଅଟୋ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି।

୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୫ ଜଣଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଲିସ କହିବାନୁସାରେ, ଏହି ଦୁର୍ଘଟଣା ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ଘଟିଥିଲା। ଯାତ୍ରୀମାନେ ଅଟୋରେ ଯାତ୍ରା ଦେଖିବା ପାଇଁ କାଠକଟାରୁ ଠାକୁରମୁଣ୍ଡାକୁ ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା। ଅନ୍ୟପଟେ ଆମ୍ବୁଲାନ୍ସଟି ରୋଗୀଙ୍କୁ ଘରେ ଛାଡ଼ି ଫେରୁଥିଲା।

LEAVE A REPLY

Please enter your comment!
Please enter your name here