ଓଡ଼ିଶାଲାଇଭ ବ୍ୟୁରୋ

ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିତଲି ପ୍ରଭାବ ପରେ ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପକୁ ଶନିବାର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଶନିବାର ଦିନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମରେ ପହଞ୍ଚିଥିଲେ। ସେଠାରେ ସେ ନୂତନ ଜିଲ୍ଲା ପରିଷଦ ଭବନକୁ ଉଦ୍‌ଘାଟନ କରିଛନ୍ତି।

ଏହାପରେ ସେ ଶେରଗଡ଼, ହିଞ୍ଜିଲି ଏବଂ ଛତ୍ରପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଡିଆରଡିଏ କୋଠା ଉଦ୍‌ଘାଟନ କରିଛନ୍ତି।

ସେହିପରି ବିଜୁ ପକ୍କା ଘର ଯୋଜନାରେ ଘର ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଶେରଗଡ଼ରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି।

ତିତଲି ବାତ୍ୟା ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ତୃତୀୟଥର ପାଇଁ ଗଞ୍ଜାମ ଜିଲ୍ଲାକୁ ଯାଇଛନ୍ତି। ଏହା ପୂର୍ବରୁ ସେ ବାତ୍ୟା ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ।

 

LEAVE A REPLY

Please enter your comment!
Please enter your name here