ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ବାପୁଜୀ ନଗରସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଶନିବାର ଭୋରରୁ ଅଗ୍ନିକାଣ୍ଡ ଘଟିଥିଲା। ବ୍ୟାଙ୍କର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା।

ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସଟ୍ ସର୍କିଟ କାରଣରୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି।

ବ୍ୟାଙ୍କ ଭିତରେ ସେଭଳି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ନିଆଁ ଲାଗିବା ଫଳରେ ବ୍ୟାଙ୍କର ତୃତୀୟ ମହଲାରେ ଥିବା ଆସବାବପତ୍ର ସହ କିଛି ଫାଇଲ ଜଳିଯାଇଛି।

Comment