ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ଚଳିତବର୍ଷ କ୍ରମାଗତ ବର୍ଷା ଲାଗି ରହିଥିବାରୁ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ମାଟିଆଗୁଣ୍ଡି ପୋକ ଦେଖିବାକୁ ମିଳୁଛି ବୋଲି ଚାଷୀମାନେ କହିଛନ୍ତି।

ଏହି ପୋକ ବିଶେଷ କରି ବାରିପଦା ଓ ଉଦଳା ଉପଖଣ୍ଡ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଏହିଭଳି ଜଣେ କୁଳିଅଣା ବ୍ଲକ ଅନ୍ତର୍ଗତ କେଉଟୁଣିମାରୀ ପଞ୍ଚାୟତର ଅଗ୍ରଣୀ ଚାଷୀ ଆନନ୍ଦ ଚନ୍ଦ୍ର ମହାନ୍ତ ଅଭିଯୋଗ କରିଛନ୍ତି।

ଚାନ୍ଦୁଆ ବ୍ଲକର ସୁନାପୋଷୀ ଗ୍ରାମର ଏହି ଚାଷୀଙ୍କର ଅନେକ ଚାଷ ଜମିରେ ଏହି ମାଟିଆଗୁଣ୍ଡି ପୋକ ଲାଗି ବ୍ୟାପକ ଫସଲ ହାନି ଘଟିଛି। ଏହି ସମ୍ପର୍କରେ ଚାଷୀମାନେ ଗ୍ରାମରେ ରହୁଥିବା କୃଷୀ ବିଭାଗ କର୍ମଚାରୀଙ୍କ ପରାମର୍ଶ ନେଇ ଖୋଲା ବଜାରରୁ ଔଷଧ କିଣି ଜମିରେ ପକାଇବା ସତ୍ୱେବି କିଛି ସୁଫଳ ମିଳିପାରିନାହିଁ ବୋଲି ଅଭିଯୋଗ କରିଛନ୍ତି। ସେ ଜିଲ୍ଲା କୃଷି ବିଭାଗ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଛନ୍ତି।

ଏହି ଭଳି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପ୍ରାୟ ୫ଶହରୁ ଅଧିକ ଜମିରେ ଏହି ପୋକ ଲାଗିଲା ପରେ ରାଜ୍ୟ ସରକାରଙ୍କ କୃଷି ବିଭାଗକୁ ରିପୋର୍ଟ ପଠାଇବା ସହିତ ଚାଷୀମାନଙ୍କୁ ସଠିକ କୀଟନାଶକ ଔଷଧ ଜମିରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି।

“ଜିଲ୍ଲାର ବିଭିନ୍ନ କୃଷି ବିଭାଗ କାର୍ଯାଳୟମାନଙ୍କରେ ମଧ୍ୟ ଏହି କୀଟନାଶକ ଔଷଧ ମହଜୁଦ ରଖାଯାଇଛି,” କହିଛନ୍ତି ଜିଲ୍ଲା କୃଷି ଅଧିକାରୀ।

LEAVE A REPLY

Please enter your comment!
Please enter your name here