ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଜନତା ମଇଦାନରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ର ଦ୍ଵିତୀୟ ସଂସ୍କରଣ। ସୋମବାର ଅନୁଷ୍ଠିତ ବିଜନେସ୍‌ ଲିଡରସିପ୍‌ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶବିଦେଶର ୨୫ଜଣ ବଡ଼ ଶିଳ୍ପପତି ଯୋଗ ଦେଇଛନ୍ତି। ଏଥିରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗ ଦେଇଛନ୍ତି।

ଏହାପରେ ମୁକେଶ ଅମ୍ବାନୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ନିଜ ଝିଅର ବାହାଘର ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ଦେବେ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଅମ୍ବାନୀ ଗର୍ଭଗୃହକୁ ଯିବେନାହିଁ, ଭିତର କାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରିବେ। ସୋମବାର ପୂର୍ବାହ୍ନରେ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରିବା ପାଇଁ ମନ୍ଦିର ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ ହୋଇସାରିଛନ୍ତି।

ଅନ୍ୟପଟେ ତାଙ୍କ ଗସ୍ତକୁ ନେଇ ରିଲାଏନ୍ସ କମ୍ପାନି ପକ୍ଷରୁ ପୋଲିସକୁ ସୁରକ୍ଷା ମଗାଯାଇଛି।

 

Comment