ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦର ରେଟ୍ଚାର୍ଟ ବ୍ୟବସ୍ଥା କରାଯିବ। ଏହି ରେଟ୍ଚାର୍ଟ ବ୍ୟବସ୍ଥା କାର୍ତ୍ତକ ମାସ ପରେ ଲାଗୁ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।
ମଙ୍ଗଳବାର ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, “ମହାପ୍ରସାଦ ପ୍ରସ୍ତୁତିରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାକୁ ନେଇ ପ୍ରଥମେ ତର୍ଜମା କରାଯିବ ଏବଂ ତା’ପରେ ମହାପ୍ରସାଦ ଦାମ ତାଲିକା ନେଇ କାର୍ଯ୍ୟ ଆରମ୍ଭ ହେବ।”








