ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ। ଭୋଗପୁର ଏବଂ ପାଂସକୁରା ମଧ୍ୟରେ ଧଉଳି ଏକ୍ସପ୍ରେସ୍‌ର ଗୋଟିଏ ବଗି ମଙ୍ଗଳବାର ସକାଳେ ଲାଇନ୍‌ଚ୍ୟୁତ୍‌ ହୋଇଛି। ଦୁର୍ଘଟଣା ସ୍ଥଳଟି ହାୱାଡ଼ା ଓ ଖଡଗପୁର ମଧ୍ୟରେ ରହିଛି।

ଲାଇନ୍‌ଚ୍ୟୁତ ବଗିରେ ୮୫ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

ଦୁର୍ଘଟଣା ପରେ ଏହି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ରେଲୱେ ପକ୍ଷରୁ ହେଲପ ଲାଇନ୍‌ ନମ୍ବର ଜାରି କରାଯାଇଛି। ହାୱଡ଼ା ହେଲପ ଲାଇନ୍‌ ନମ୍ବର ୦୩୩୨୬୩୭୭୧୯୭, ବାଲେଶ୍ୱର ହେଲପ ଲାଇନ୍‌ ନମ୍ବର ୦୬୭୮୨୨୬୫୭୬, ଖଡ଼ଗପୁର ହେଲପ ଲାଇନ୍‌ ନମ୍ବର ୦୩୨୨୨୨୫୫୮୯୭ ଏବଂ ୦୩୨୨୨୨୫୫୭୫୧ କୁ ଯୋଗାଯୋଗ କରିବାକୁ ରେଲୱେ ପକ୍ଷରୁ କୁହାଯାଇଛି।

Comment