ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ଜଣେ ହବିଷ୍ୟାଳି ଗୁରୁତର। ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ନିକଟରେ ଠେଲାପେଲାରେ ହବିଷ୍ୟାଳି ଜଣକ ଆହତ ହୋଇଛନ୍ତି।
ବୁଧବାର ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା। ଯାହାଫଳରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ଜଣେ ହବିଷ୍ୟାଳି ତଳେ ପଡ଼ିଯାଇଥିଲେ। ଫଳରେ ହବିଷ୍ୟାଳିଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।
ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତି କରାଯାଇଛି।
ହବିଷ୍ୟାଳି ଜଣକ ହେଲେ ପୁରୀ ଜିଲ୍ଲା ନରେନ୍ଦ୍ରକୋଣ ଅଞ୍ଚଳର ବାଳିସୀନୀ ବେହେରା।
















