ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ଜିସାଟ-୨୯ ଉତ୍‌କ୍ଷେପଣ କରାଯାଇଛି। ଏହି ଜିସାଟ-୨୯ ବୁଧବାର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି।

ଏହି ଉପଗ୍ରହ ଜରିଆରେ ସୀମାନ୍ତ ଅଞ୍ଚଳର ତଥ୍ୟ ସହଜରେ ପାଇହେବ। ପାକିସ୍ତାନ ଓ ଚୀନର ଗତିବିଧି ଉପରେ ନଜର ରଖି ତଥ୍ୟ ସଂଗ୍ରହ କରିବ ଏହି ଉପଗ୍ରହ।

ଜିସାଟ-୨୯ ଦ୍ୱାରା ଯୋଗାଯୋଗ କ୍ଷେତ୍ରରେ ଆସିବ ନୂଆ ବିପ୍ଳବ। ୧୦ ବର୍ଷ ଯାଏଁ ଯୋଗାଯୋଗ ସମ୍ପର୍କିତ ସୂଚନା ମିଳିବ। ଏହା ଇସ୍ରୋର ଦ୍ୱିତୀୟ ଓଜନିଆ ଉପଗ୍ରହ।

Comment