ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ଆସିଛି ଅଭିଯୋଗ। ଅଭିନେତ୍ରୀ ଏଲ୍‌ସା ଏହି ଅଭିଯୋଗ ଆଣିଛନ୍ତି।

ଓଲିଉଡ ଜଗତରେ ଅଭିନେତ୍ରୀଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ହେଉଥିବା ଘଟଣା ଖୁବ୍ କମ୍ ନଜରକୁ ଆସିଥାଏ, କିନ୍ତୁ ବୁଧବାର ଜଣେ ବଙ୍ଗୀୟ ଅଭିନେତ୍ରୀ ନିର୍ଯାତନା ଅଭିଯୋଗ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଅଭିଯୋଗ ଆଣିଛନ୍ତି ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ଘୋଷ।

ବୁଧବାର ରାତିରେ ଏହି ଘଟଣା ଭୁବନେଶ୍ୱରର ଏକ ହୋଟେଲରେ ଘଟିଛି। ଓଲିଉଡ ଅଭିନେତ୍ରୀ ଏଲ୍‌ସା ଘୋଷ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିବା ସହ ତାଙ୍କୁ ଖୁବ ବର୍ଷୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏଲସାଙ୍କ ଆଗାମୀ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’ର ବୁଧବାର ଏକ ହୋଟେଲରେ ଅଡିଓ ରିଲିଜ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ଫିଲ୍ମର ସମସ୍ତ ସଦସ୍ୟଙ୍କ ସମେତ ନିର୍ଦ୍ଦେଶକ ଦିଲୀପ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ହଠାତ୍ କୌଣସି ଏକ କାରଣକୁ ନେଇ ଅଭିନେତ୍ରୀ ଏଲ୍‌ସା ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ପାଟିତୁଣ୍ଡ ମଧ୍ୟ କରିଥିଲେ। ଏଲ୍‌ସାଙ୍କ ବାପା ମଧ୍ୟ ସେ ସ୍ଥାନରେ ଉପସ୍ଥିତ ଥିଲେ।

ଅଭିନେତ୍ରୀ ଜଣକ ଅଭିଯୋଗ ଅନୁଯାୟୀ ଫିଲ୍ମରେ ଦୁଇଜଣ ନାୟିକା ଥିଲେ। ନିର୍ଦ୍ଦେଶକ ଫିଲ୍ମରୁ ତାଙ୍କର କିଛି ଦୃଶ୍ୟ କାଟି ଦେଇଛନ୍ତି ଏବଂ ତାଙ୍କୁ ଦୀର୍ଘଦିନ ଧରି ମାନସିକ ନିର୍ଯାତନା ଦେଇଛନ୍ତି।

Comment