ଓଡ଼ିଶାଲାଇଭ୍ ବ୍ୟୁରୋ

ମାଳଦ୍ୱୀପରେ ଦୁନିଆର ପ୍ରଥମ ଅଣ୍ଡର ୱାଟର ହୋଟେଲ୍ ତିଆରି ହୋଇଛି। ଏହି ହୋଟେଲ ର ନାମ ‘ମୁରାକା’ ରହିଛି। ଯାହାର ଅର୍ଥ ସାମୁଦ୍ରିକ ପ୍ରବାଳ। ଏହି ହୋଟେଲରେ ରହିବା ପାଇଁ ୪ଦିନିଆ ପ୍ୟାକେଜର ମୁଲ୍ୟ ୨ଲକ୍ଷ ଅମେରିକୀୟ ଡଲାର ରହିଛି। ଯାହାର ଭାରତୀୟ ମୁଲ୍ୟ ରହିଛି ୧.୪ କୋଟି ଟଙ୍କା। ଏହି ହୋଟେଲର ନିର୍ମାଣ ପାଇଁ ୧୮୦ କୋଟି ଟଙ୍କାର ଖର୍ଚ୍ଚ ହୋଇଛି।

ସମୁଦ୍ର ପତ୍ତନର ୧୬ ଫୁଟ ଗଭୀରରେ ଅବସ୍ଥିତ ଏହି ହୋଟେଲ ଦୁଇ ମହଲା ବିଶିଷ୍ଟ। ହୋଟେଲ ବେଡରୁମର କାନ୍ଥ ଶକ୍ତ କାଚରେ ନିର୍ମିତ, ଯାହା ମଧ୍ୟ ଦେଇ ଦର୍ଶକ ସମୁଦ୍ର ଭିତର ଦୃଶ୍ୟକୁ ଉପଭୋଗ କାରିପାରିବେ। ଏହି ହୋଟେଲର ଉପର ମହଲା ସମୁଦ୍ର ପତ୍ତନ ଉପରେ ରହିଛି। ଏଠାରେ ଦର୍ଶକ ସୂର୍ଯ୍ୟକିରଣ ର ଆନନ୍ଦ ଉଠାଇପାରିବେ।

ମୁରାକାକୁ ସିଙ୍ଗାପୁରରେ ତିଆରି କରାଯାଇ ପରେ ମାଳଦ୍ୱୀପକୁ ଅଣାଯାଇ ସେଟ୍ କରାଯାଇଥିଲା।  ଛୁଟି କଟାଇବା ପାଇଁ ମାଳଦ୍ୱୀପ ଏକ ପ୍ରମୁଖ ସ୍ଥାନ। ପ୍ରତି ବର୍ଷ ୬୦ ହଜାରରୁ ଅଧିକ ଲୋକ ଏଠାକୁ ଭ୍ରମଣ କରିବା ପାଇଁ ଆସନ୍ତି।

Comment