ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ଭାରତ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ତଥା ସମାଜସେବୀ ମୀରା ପରିଡ଼ା ଏବେ ଜନମଙ୍ଗଳପାଇଁ ହେବେ ସାମ୍ବାଦିକ।

“ସାମ୍ବାଦିକ ଏମିତି ଏକ ପେସା ଯେଉଁଥିରେ ସମାଜର ପ୍ରକୃତ ସତ୍ୟକୁ ଲୋକଙ୍କ ସାମ୍ନାକୁ ଆଣିହେବ। ତୃଣମୂଳ ସ୍ତରରେ ଦବି ଯାଉଥିବା ଲୋକଙ୍କ ସ୍ୱରକୁ ସମସ୍ତଙ୍କ ସାମ୍ନାକୁ ଆଣିବାପାଇଁ ମୋର ଏହି ପ୍ରୟାସ। ଯେହେତୁ ମୁଁ ଗଣମାଧ୍ୟମରେ ରହିଆସିଛି ମୋ ପାଇଁ ସାମ୍ବାଦିକତା ଏକ ନୂଆ ରୂପ ଦେବ। ଯାହାଫଳରେ ସମାଜ ମଙ୍ଗଳ ହେବାସହ ଲୋକମାନେ ସମାଜରେ ରହିଥିବା ବିଭିନ୍ନ ସମସ୍ୟା ପ୍ରତି ସଚେତନ ହୋଇପାରିବେ,” କହିଛନ୍ତି ସମାଜସେବୀ ମୀରା ପରିଡ଼ା ପରିଡ଼ା।

ମୀରା ପରିଡା ଏବେ ତାଙ୍କ ଜୀବନକୁ ଭିନ୍ନ ଏକ ଦିଗ ଦେବାକୁ ପ୍ରୟାସ କରିଛନ୍ତି। ଏଥିପାଇଁ ସେ ସମାଜର ଚତୁର୍ଥ ସ୍ତମ୍ବ ସାମ୍ବାଦିକତାକୁ ବାଛିନେଇଛନ୍ତି। ସମାଜର କଲ୍ୟାଣପାଇଁ, ପ୍ରକୃତ ସତ୍ୟ ସମାଜ ସମ୍ନାକୁ ଆଣିବା ପାଇଁ ସେ ଏହି ପେସାକୁ ଆପଣାଇଛନ୍ତି ।

ମୀରା ପରିଡ଼ା ସମ୍ବଲପୁର ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ୨୦୧୮ ବ୍ୟାଚ୍‌ରେ ନାମ ଲେଖାଇଛନ୍ତି। ଏବେ ସେ କଲେଜ ଯିବେ ଓ କ୍ଲାସ କରିବେ। ତାଙ୍କ ସହ ତାଙ୍କ ଭାଣେଜୀ ମଧ୍ୟ ସମ୍ବାଦିକ ବିଭଗରେ ନାମ ଲେଖାଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ଅନେକ ଦିନ ଧରି ସମାଜ ହିତକର କାମରେ ନିୟୋଜିତ ରହିଥିବା ମୀରାଙ୍କୁ ଆଗକୁ ବଢ଼ିବାରେ ସମ୍ବାଦିକତା କିପରି ସାହାଯ୍ୟ କରିବ।

Comment