ଓଡ଼ିଶାଲାଇଭ୍‌ ବ୍ୟୁରୋ

hockey logo

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବ ପାଇଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ଅନ୍‌ଲାଇନ୍‌ ଜରିଆରେ ଟିକେଟ ଉପଲବ୍ଧ ହେବ।

ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏବଂ ୨୮ ତାରିଖରେ ବାରବାଟୀରେ ହେବ। କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ପାଇଁ ୧୦ ହଜାର ୫ଶହ ଟିକେଟ୍‌ ଏବଂ ବାରବାଟୀ ଉତ୍ସବ ପାଇଁ ୩୦ ହଜାର ଟିକେଟ୍ ବିକ୍ରି ହେବ।

ଉଦ୍‌ଘାଟନୀ ଉତ୍ସବ ଏବଂ ମ୍ୟାଚ୍ ଗୁଡ଼ିକର ସିଧାପ୍ରସାରଣ ଦେଖିବା ପାଇଁ ଦର୍ଶକଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍‌ସିଡି ଲାଗିବ ବୋଲି ସୂଚନା ମିଳିଛି।

ହକି ଟିକେଟ୍‌ କିଣିବା ପାଇଁ www.ticketgenie.in ସାଇଟକୁ ଯାଇ ଅନ୍‌ଲାଇନ୍‌ରେ ଟିକେଟ୍ କିଣିପାରିବେ। ପରେ ୨୨ ତାରିଖ ଅପରାହ୍ନ ୩ଟା ସମୟରେ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ କାଉଣ୍ଟରରୁ ଟିକେଟ ନେଇପାରିବେ।

Comment