ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣେ ୯୫ ବର୍ଷୀୟ ବୃଦ୍ଧ ପୁଣି ୩୬ ହଜାର ଲୋକଙ୍କୁ ହତ୍ୟା କରିଛନ୍ତି। ଏକଥା ଅବିଶ୍ୱାସ ମନେ ହେଉଥିଲେ ମଧ୍ୟ ସତ। ତେବେ ଏହି ବ୍ୟକ୍ତିଜଣକ ଭାରତର ନୁହଁନ୍ତି। ସେ ହେଉଛନ୍ତି ଜର୍ମାନୀର। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ଏକାଗ୍ରତା ଶିବିରର ଗାର୍ଡ ରୂପେ ଏହି ୯୫ ବର୍ଷୀୟ ବ୍ୟକ୍ତି କାର୍ଯ୍ୟ କରୁଥିଲେ। ହଂସ ଏଚ୍‌ ବୃଦ୍ଧଙ୍କୁ ୩୬ ହଜାର ନାଜିଙ୍କୁ ମାରିଥିବାର ଅଭିଯୁକ୍ତ ବୋଲି କୁହାଯାଉଛି।

ଜର୍ମାନ ସାର୍ବଜନୀକ ଅଭିଯୋଜକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି ଯେ, ଅଭିଯୁକ୍ତ ହଂସ ଏଚ୍‌ଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି, ତାଙ୍କ ଅଷ୍ଟ୍ରିଆରେ ଥିବା ମୋଥେସେନସ୍ଥିତ ୧୯୪୪-୧୯୪୫ ମଧ୍ୟରେ ଥିବା ବ୍ୟାଟେଲିଆନ୍‌ ସହିତ ସମ୍ପର୍କ ଥିଲା। ମୋଥେସେନ ନାଜିମାନଙ୍କର ଏକଗ୍ରତା ଶିବିରର ଏକ ବଡ଼ ନେଟଓ୍ଵାର୍କର ଅଂଶ ବିଶେଷ ଥିଲା।

ଏଠାରେ କଏଦୀମାନଙ୍କୁ କ୍ରୀତଦାସ ଭଳି କାମ କରିବାକୁ ପଡ଼ୁଥିଲା। ଅଭିଯୋଜକମାନେ କହିଛନ୍ତି ଯେ, ସେଠାରେ ଗାର୍ଡ ରୂପେ କାମ କରୁଥିବା ଅଭିଯୁକ୍ତ ହଜାର ହଜାର ସଂଖ୍ୟକ କଏଦୀଙ୍କୁ ହତ୍ୟା କରିଥିଲା। ହଂସ ଏଚ୍‌ ଅତି କମ୍‌ରେ ୩୬ ହଜାର ୨୨୩ ଜଣ କଏଦୀଙ୍କୁ ହତ୍ୟା କରିଥିବା କୁହାଯାଉଛି।

Comment