ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ବାଲିପାଟଣାର ବିଶ୍ୱନାଥପୁରରେ ଟୁମ୍ପୁଲୁ ଟୁମ୍ପା ୨୦୧୮ ଆୟୋଜିତ ହୋଇଥିଲା। ଏଥିରେ ଶିଶୁ ଚିତ୍ରକଳା ପ୍ରତିଯୋଗିତା କୁନି ଚିତ୍ରକରର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବାଲିପାଟଣା, ବାଲିଅନ୍ତା ଓ ନିମାପଡ଼ା ବ୍ଲକ୍‌ର ପାଖାପାଖି ତିନିଶହ କୁନି ଚିତ୍ରକର ସାମିଲ ହୋଇଥିଲେ। ଏଥିରେ ସମୁଦାୟ ୧୫ ଜଣ ପିଲାଙ୍କୁ ‘କୁନି ଚିତ୍ରକର’ ପୁରସ୍କାର ଦିଆଯାଇଥିଲା।

ଅନ୍ୟପକ୍ଷରେ ଏଥିସହ ପ୍ରଥମଥର ପାଇଁ ‘ନୋ ଇୟୋର୍ ରେପ୍‌ଟାଇଲ୍‌ସ’ର ଆୟୋଜନ ମଧ୍ୟ କରାଯାଇଥିଲା। ଯେଉଁଥିରେ ସ୍କୁବା ଡାଇଭର, ରେପ୍‌ଟାଇଲ୍‌ ଓ ଆନିମଲ୍‌ ରେସ୍କକୁୟର ଶୁଭେନ୍ଦୁ ସ୍ୱାଇଁ ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ପ୍ରକାର ସାପଙ୍କ ଫଟୋ ଦେଖାଇବା ସହ ସାପଙ୍କ ବିଷୟରେ ଜଣାଇଥିଲେ।

ଏହାପରେ ଷ୍ଟୋରୀ ଟେଲିଙ୍ଗ ସେସନ୍ ହୋଇଥିଲା। ଯେଉଁଥିରେ ବକୁଳ ଫାଉଣ୍ଡେସନ୍‌ର ସଦସ୍ୟ ସୌଭାଗ୍ୟ ଓ ଷ୍ଟୋରୀ ଟେଲର୍‌ ତଥା ସମାଜସେବୀ ସମ୍ପଦ ମହାପାତ୍ର ପିଲାମାନଙ୍କୁ ଶିକ୍ଷଣୀୟ କାହାଣୀ କହିଥିଲେ।

ରେପ୍‌ଟାଇଲ୍‌ ଓ ଆନିମଲ୍‌ ରେସ୍କକୁୟର ଶୁଭେନ୍ଦୁ ସ୍ୱାଇଁ, ବିଶ୍ୱନାଥପୂର ପୋଷ୍ଟ ଅଫିସର ଗୋବିନ୍ଦ୍ର ଚନ୍ଦ୍ର ମହାରଣା ଓ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀଙ୍କୁ ଟୁମ୍ପୁଲା ଟୁମ୍ପା ୨୦୧୭ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ଚଣାହାଟ୍ଟ ହାଇସ୍କୁଲର ଦଶମ ଶ୍ରେଣୀରେ ସବୁଠୁ ଅଧିକ ନମ୍ବର ରଖିଥିବା ଅଭିଶେକ ପାତ୍ରଙ୍କୁ କାହ୍ନୁ ଚରଣ ପରିଡ଼ା ସ୍ମୃତି ସମ୍ମାନରେ ୫ ହଜାର ଟଙ୍କା ଚେକ୍ ସହ ଟ୍ରଫି ଓ ସାର୍ଟିଫିକେଟ୍ ଦିଆଯାଇଥିଲା।

ଦୀର୍ଘ ସାତବର୍ଷ ହେଲା ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ସ୍କୁଲ ପିଲାମାନଙ୍କୁ ପାଇଁ ଭୁବନେଶ୍ୱରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦୀର୍ଘ ତିନିବର୍ଷ ଧରି ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ, ବକୁଳ ଫାଉଣ୍ଡେସନ୍ ଓ ଏନିଗ୍‌ ମାଟିକ୍‌ ଇଣ୍ଡିଆ ସାମିଲ ହୋଇଛନ୍ତି।

ଚଳିତବର୍ଷ ଟୁମ୍ପୁଲୁ ଟୁମ୍ପା କାର୍ଯ୍ୟକ୍ରମରେ ନିମାପଡ଼ା ମାନସିକ ଅନଗ୍ରସର ବିଦ୍ୟାଳୟର ୧୦୦ରୁ ଅଧିକ ଦୃଷ୍ଟିହୀନ ମୁକ ବଧିର ପିଲା ଯୋଗ ଦେଇଥିଲେ। ସେମାନଙ୍କୁ ଏନିଗ୍‌ ମାଟିକ୍‌ ଇଣ୍ଡିଆ ପକ୍ଷରୁ ଚପଲ ବଣ୍ଟାଯାଇଥିଲା।

ଆଗକୁ ପିଲାମାନଙ୍କ ପାଇଁ ବହି ମେଳାର ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସୌମ୍ୟ ମେମୋରିଆଲ ଟ୍ରଷ୍ଟର ଚେୟାରମ୍ୟାନ୍ ଭବାନୀ ପ୍ରସାଦ ମହାନ୍ତି।

LEAVE A REPLY

Please enter your comment!
Please enter your name here