ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଦିଲ୍ଲୀର ଇଣ୍ଡିଆ ଗେଟରେ ଶତାଧିକ ଅଣ ଓଡ଼ିଆ ଏବଂ ବିଦେଶୀ ଭସାଇଲେ ବୋଇତ।

ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସମ୍ବାଦ ପତ୍ର ‘ଓଡ଼ିଆ ପୁଅ’ ତରଫରୁ ଷଷ୍ଠଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବୋଇତ ବନ୍ଦାଣ ଉତ୍ସବ ଇଣ୍ଡିଆ ଗେଟ୍‌ସ୍ଥିତ ବୋଟ୍‌ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶତାଧିକ ଓଡ଼ିଆ ଯୋଗ ଦେଇ ପାରମ୍ପରିକ ରୀତିରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଏହି ବୋଇତ ବନ୍ଦାଣ ଉତ୍ସବରେ ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରିଥିଲେ। ସାଧବାଣୀମାନେ ବୋଇତ ବନ୍ଦାପନା କରିବା ପରେ ବୋଇତରେ ସାଧବ ପୁଅମାନେ ବୋଇତରେ ବସି ଯାତ୍ରା କରିଥିଲେ।

ଓଡ଼ିଆ ପୁଅର ପ୍ରୟାସରେ ଶତାଧିକ ଅଣ ଓଡ଼ିଆଙ୍କ ସହ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୋଇତ ବନ୍ଦାଣ କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ପ୍ରଶାସକ ତଥା ପୂର୍ବତନ ଶିକ୍ଷା ସଚିବ ଅରୁଣ କୁମାର ରଥ ଯୋଗଦେଇଥିଲେ ଏବଂ ସମାଜସେବୀ ରବି ପାଣି ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ନୃତ୍ୟ, ରାଜସ୍ଥାନ, ହରିଆଣା, ଗୁଜରାତର, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରର କଳାକାରମାନଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଣ ଓଡ଼ିଆଙ୍କୁ ଓଡ଼ିଶାର ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବର ମହତ୍ତ୍ୱ ଜଣାଇବା।

Comment