ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏବେ ବିବାହ ଋତୁ ଚାଲିଛି। ରଣବୀର ସିଂହ ଓ ଦୀପିକା ପାଦୁକୋନ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା।

ପ୍ରିୟଙ୍କା ତାଙ୍କ ଆମେରିକୀୟ ପ୍ରେମିକ ନିକ୍ ଜୋନ୍ସଙ୍କୁ ଡିସେମ୍ବରରେ ଯୋଧପୁରଠାରେ ବିବାହ କରିବେ। ଏବେଠାରୁ ସେମାନଙ୍କ ବିବାହ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଦୀପିକା-ରଣବୀରଙ୍କ ପୂର୍ବରୁ ୨୦୧୭ ମସିହାରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟ୍ ତାରକା ବିରାଟ କୋହଲିଙ୍କର ବିବାହ ହୋଇଥିଲା। ତେବେ ସେମାନଙ୍କ ବିବାହର ସ୍ୱତନ୍ତ୍ରତା ହେଉଛି ସେମାନଙ୍କ ଦିଲ୍ଲୀ ଭୋଜିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମମନ୍ତ୍ରୀ ମୋଦି ବିରୁଷ୍କାଙ୍କୁ ତାଙ୍କର ଆଶୀର୍ବାଦ ସହ ଶୁଭକାମନା ଦେଇଥିଲେ। ରିପୋର୍ଟ ଅନୁସାରେ ପ୍ରିୟଙ୍କା ଓ ନିକଙ୍କ ବିବାହରେ ବି ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ରହିବେ।

LEAVE A REPLY

Please enter your comment!
Please enter your name here