ଓଡ଼ିଶାଲାଇଭ୍ ବ୍ୟୁରୋ
କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ଵାଇଁଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍।
କିଛି ଦିନ ତଳେ ରାୟଗଡ଼ା କାଶୀପୁରରେ ଖାରବେଳ ସ୍ଵାଇଁଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାର ଏବେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏନେଇ କାଶୀପୁରରେ ଦୁଇ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ଇନ୍ସପେକ୍ଟର ସରୋଜ ମହାନ୍ତିଙ୍କ ନେତୃତ୍ଵରେ ଏହି ତଦନ୍ତ କରାଯାଉଛି।
ଅନ୍ୟପକ୍ଷରେ ଏହି ଘଟଣାରେ ଗିରଫ ହୋଇଥିବା ସୁମନ୍ତ ନାୟକ ଓ ଗୋବିନ୍ଦ ରାଓଙ୍କୁ ଜେରା କରାଯିବ। ଆଗାମୀ ଦିନରେ ଖାରବେଳ ଯେଉଁ ଜିଲ୍ଲାରେ ସଭା କରିବେ ସେଠାରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୋଲିସ ଡିଜିପି ରାଜେନ୍ଦ୍ର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଖାରବେଳ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଆକ୍ରମଣ ସମୟର ଭିଡିଓକୁ ତଦନ୍ତ ପରିସରକୁ ନିଆଯାଇଛି।
ନଭେମ୍ବର ୨୪ରେ ରାୟଗଡ଼ା ଜିଲ୍ଲା କାଶୀପୁରରେ ଆୟୋଜିତ ଏକ ସଭା ମଞ୍ଚରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ଵାଇଁଙ୍କୁ ଆକ୍ରମଣ କରାଯାଇଥିଲା। ଏଥିସହ “ଆକ୍ରମଣ କରିଥିବା ଲୋକ ବିଜେଡି ସମର୍ଥକ” କହିଛନ୍ତି, ଖାରବେଳ ସ୍ଵାଇଁ।