ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ମହାକୁମ୍ଭର ଉଦ୍‌ଘାଟନୀ ସମାରୋହ ପାଇଁ ଆଉ ମାତ୍ର କିଛି କ୍ଷଣ ରହିଲା। ଏହି ସମାରୋହରେ ତଡକା ଲଗେଇବା ପାଇଁ ଆସି ପହଞ୍ଚିଲେଣି ଓସ୍କାର ବିଜେତା ଏ ଆର ରେହମାନ ଓ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ। ଏବେ କେବଳ ଅପେକ୍ଷା ରହିଲା ବଲିଉଡ କିଙ୍ଗ୍ ଖାନ୍‌ଙ୍କୁ।

ମଙ୍ଗଳବାର ଦିନ ଅପରାହ୍ନରେ ଶାହରୁଖ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିବେ। ସେ ଘରୋଇ ବିମାନରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଶାହରୁଖ ସିଧାସଳଖ କଳିଙ୍ଗ ଷ୍ଟାଡିୟମ ଯିବେ। ଏହାପରେ ସେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଶାହରୁଖ୍‌ଙ୍କୁ ଦେଖିବା ପାଇଁ ଅନେକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଗତ କିଛିଦିନ ତଳେ ଗଣମାଧ୍ୟମରେ କିଙ୍ଗ ଖାନ କହିଥିଲେ ଯେ, ହକି ପାଇଁ ଅନେକ ଦୁର୍ବଳତା ରହିଛି ଯେଉଁ କାରଣରୁ ସେ ଏହି ଭବ୍ୟ ଆୟୋଜନର ଅଂଶ ହେବାପାଇଁ ଚାହୁଁଛନ୍ତି।

Comment