ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଛନ୍ତି ୧୯ ବର୍ଷିୟ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଧକ୍କା। ସିରିଜର ପ୍ରଥମ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି ଦଳର ଉଦୀୟମାନ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’। ଅଷ୍ଟ୍ରେଲିଆ ସହ ତୃତୀୟ ଅଭ୍ୟାସ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ସମୟରେ ଗୁରୁତର ଭାବେ ଆଘାତ ହୋଇଛନ୍ତି ସେ। ତେଣୁ ଏଡିଲେଟ୍ ଷ୍ଟାଡିୟମ୍‌ରେ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ୍ ପଡ଼ିଛନ୍ତି ପୃଥ୍ୱୀ।

ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ମ୍ୟାକ୍ସ ବୋୟଣ୍ଟ ଏକ ଉଚ୍ଚା ସଟ୍ ଖେଳିଥିଲେ। ବାଉଣ୍ଡରି ପାଖରୁ ଏହାକୁ କ୍ୟାଚ୍ କରିବାକୁ ଯାଇ ପୃଥ୍ୱୀ ଆଘାତ ହୋଇଛନ୍ତି। ତାଙ୍କ ବାମ ଗୋଇଠିରେ ଆଘାତ ଲାଗିଛି।

ବିସିସିଆଇ ତରଫରୁ ଟୁଇଟ୍ କରାଯାଇଛି ଯେ ପୃଥ୍ୱୀଙ୍କ ବାମ ଗୋଇଠିରେ ଆଘାତ ଲାଗିଛି, ଡାକ୍ତରୀ ଟିମ ତାଙ୍କୁ ଯାଞ୍ଚ୍ କରୁଛନ୍ତି ତେଣୁ ସେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ପାରିବେନି।

ଡିସେମ୍ବର ୬ରୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ଦିନିଆ ଟେଷ୍ଟ ସିରିଜ। ସେଥିପାଇଁ ଅଷ୍ଟ୍ରେଲିଆର ଏଡିଲେଟ୍ ଷ୍ଟାଡିୟମରେ ଜୋରସୋରରେ ଆରମ୍ଭ ହୋଇଯାଇଛି ଅଭ୍ୟାସ।

ସରିଜ ପୁର୍ବରୁ ପ୍ରଥମ ମ୍ୟାଚରେ ଦଳର ଜଣେ ଉଦୀୟମାନ ବ୍ୟାଟ୍ସମ୍ୟାନକୁ ହରାଇ ଟିମ ଇଣ୍ଡିଆ କିପରି ପ୍ରଦର୍ଶନ କରୁଛି ତାହା ଦେଖିବାର କଥା।

Comment