ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଗଜପତିନଗରରେ ଥିବା ମସଜିଦ୍‌ରେ ନମାଜ ପଢ଼ିଥିଲେ ପାକିସ୍ତାନ ହକି ଖେଳାଳି।

ଶନିବାରଠାରୁ ହକି ବିଶ୍ୱକପ୍‌ ସବୁଠୁ ସଫଳ ଦେଶ ପାକିସ୍ତାନ ଅଭିଯାନ ଆରମ୍ଭ କରିବ। ୮ ବର୍ଷ ପରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ପାକିସ୍ତାନ ନିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ମସଜିଦ୍‌ ଯାଇ ନମାଜ ପଢ଼ିଥିଲେ।

ଶୁକ୍ରବାର ଭୁବନେଶ୍ୱରସ୍ଥିତ ଗଜପତିନଗର ନିକଟରେ ଥିବା ମସଜିଦ୍‌ ଯାଇ ନମାଜ ପଢ଼ିଥିଲେ ପାକିସ୍ତାନ ହକି ଖେଳାଳି। ୪ବର୍ଷ ତଳର ସଫଳତାକୁ ଦୋହରାଇବା ଓ ପୂର୍ବରୁ ହୋଇଥିବା ତିକ୍ତତାକୁ ଭୁଲି ଖେଳିବାକୁ ଆଶା ରଖିଛି ପାକ୍‌ ଟିମ୍‌।

ଶନିବାର ସଂଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡିୟମର ପୁଲ ‘ଡି’ରେ ଭେଟିବ ଜର୍ମାନୀକୁ।

ତେବେ ଅନ୍ୟ ସବୁ ହକି ଟିମ୍‌ ତୁଳନାରେ ପାକିସ୍ତାନ ଦଳକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି। ଏହି ଦଳ ମଧ୍ୟ ଖୋଲା ଅଭ୍ୟାସର ସୁଯୋଗ ପାଇନାହିଁ।

Comment