ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୨ ଗୋଟି ପ୍ରକଳ୍ପ ପାଇଁ ୩ କୋଟି ୬୦ ଲକ୍ଷ ଟଙ୍କାର ମଞ୍ଜୁର କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ପରିସରରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ କୁ ସଚିବାଳୟ ପରିସରରୁ ନିରିକ୍ଷଣ କରିବା ସହିତ ଗ୍ରାମର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

 

ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ  ଅନୁମୋଦନ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ରାସଗୋବିନ୍ଦପୁର ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତର ୧୫୨ଗୋଟି ପ୍ରକଳ୍ପ ପାଇଁ ୩ କୋଟି ୬୦ ଲକ୍ଷ ଟଙ୍କାର ଆର୍ଥିକ ଅନୁମୋଦନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚାଳନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରବୀଣ ଭଞ୍ଜଦେଓଙ୍କ ସମେତ ବିଭିନ୍ନ ନିର୍ବାଚିତ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ମୟୂରଭଞ୍ଜ ଜିଲ୍ଲାପାଳ ନିତିନ ଭରଦ୍ୱ।ଜଙ୍କ ସମେତ ଜିଲ୍ଲାର ବିଭିନ୍ନ ଵିଭାଗୀୟ ଅଧିକାରୀ, ରାସଗୋବିନ୍ଦପୁର ଅଞ୍ଚଳର ଜନସାଧାରଣମାନେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here