ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା
  • ୩ ମାସ ଧରି ଚାଲିବ ସଚେତନତା କାର୍ଯ୍ୟକ୍ରମ
  • ଜିଲ୍ଲାପାଳ ଏବଂ ବିଡିଓ ନେବେ ଦାୟିତ୍ୱ
  • ଆମ ଗାଁ ଆମ ବିକାଶ ଅଧୀନରେ ‘ପିଠା’ ଯୋଜନା

ସରକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ଏବଂ ଲୋକଙ୍କୁ ଅବଗତ କରିବା ପାଇଁ ରାଜ୍ୟ ସରକାର ‘ପିଠା’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ସଫଳ ରୂପାୟନ ନେଇ ମଙ୍ଗଳବାର ସଚିବାୟରେ ସମୀକ୍ଷା ବୈଠକ ହୋଇଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଜନହିତକାରୀ ଯୋଜନାକୁ କିଭଳି ପଞ୍ଚାୟତ ସ୍ତରରେ ସଚେତନ କରାଇ ସଫଳ ଭାବେ କାର୍ଯ୍ୟ  କରାଇ ହେବ ସେଥିପାଇଁ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ଏହି ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ଡିସେମ୍ବର, ଜାନୁଆରୀ, ଫେବ୍ରୁଆରୀରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ବ୍ଲକ ସ୍ତରରେ ବିଡିଓ ଦାୟିତ୍ୱ ନେବେ।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ଏବଂ ଲୋକମାନଙ୍କ ପାଖରେ ଏହି ଯୋଜନା ଠିକ୍ ଭାବେ ପହଞ୍ଚାଇବା।

ଏହି ଯୋଜନା ସରକାରଙ୍କ ଥ୍ରୀ-ଟି ଅନୁଯାୟୀ କାମ କରିବ। ପିଠା ଯୋଜନା ‘ଆମ ଗାଁ ଆମ ବିକାଶ’ ଅଧୀନରେ କାମ କରିବ। ଲୋକଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରିବା ପାଇଁ ପ୍ରତିମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କ୍ୟାମ୍ପ।

ବ୍ଲକ ସ୍ତରରେ ଗୋଟିଏ ପଞ୍ଚାୟତକୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ।

Comment