ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ଗାୟିକା ତପୁ ମିଶ୍ରଙ୍କ ନିର୍ବନ୍ଧ ଶେଷ ହୋଇଛି, ଡିସେମ୍ବର ୧୨ରେ ହେବ ବାହାଘର।

ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରଚ୍ଛଦ ଗାୟିକା ତଥା ବିଭିନ୍ନ ଓଡ଼ିଆ ରିଆଲିଟି ଶୋ’ର ଜଜ୍ ତପୁ ମିଶ୍ରଙ୍କ ନିକଟରେ ନିର୍ବନ୍ଧ ଶେଷ ହୋଇଛି। ନଭେମ୍ବର ୯ରେ ଅଭିନେତା ଦୀପକ ପୂଜାହାରୀଙ୍କ ସହ ତପୁଙ୍କ ନିର୍ବନ୍ଧ ହୋଇଛି।

ମଙ୍ଗଳବାର ସୋସି୍ଆଲ ମିଡିଆରେ ଫଟୋ ଶେୟାର କରିବା ପରେ ଏହି କଥା ସାମ୍ନାକୁ ଆସିଥିଲା। ନିଜ ଫ୍ୟାନମାନଙ୍କୁ ଏହି ଖୁସି ଖବର ଜଣାଇ ତପୁ ଲେଖିଛନ୍ତି, “ମୋ ସପନର ସୌଦାଗର ମୋ ଜୀବନକୁ ଆସିସାରିଛନ୍ତି, ଏଥିପାଇଁ ଆପଣମାନଙ୍କ ଭଲପାଇବା ଓ ଶୁଭେଚ୍ଛା କାମନା କରୁଛି।”

 

ଅଭିନେତା ଦୀପକ ପୂଜାହାରୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର। ସେ ଅନେକ ବିଜ୍ଞାପନ, ଟେଲି ଧାରା ବାହିକ ତଥା ସମ୍ବଲପୁରୀ ଭିଡିଓରେ ଅଭିନୟ କରିସାରିଛନ୍ତି।  ଓଡ଼ିଆ ଫିଲ୍ମ ‘ଆସିଲୁ ତୁ ଯେବେ ଜୀବନେ’ ରେ ମଧ୍ୟ ସେ ଅଭିନୟ କରିଛନ୍ତି।

ଡିସେମ୍ବର ୧୨ରେ ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲ୍‌ରେ ତପୁ ଓ ଦୀପକ ବିବାହ କରିବେ। ସୋସିଆଲ ମିଡିଆରେ ଫଟୋ ଶେୟାର ହେବା ପରେ ଫ୍ୟାନ୍‌ମାନଙ୍କ ଶୁଭେଚ୍ଛାର ଶୁଅ ଛୁଟିଥିଲା।

Comment