ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ ଆୟାର ମିତ୍ର ଗୁରୁବାର ଦିନ ଜେଲ୍‌ରୁ ମୁକୁଳିଛନ୍ତି। କୋଣାର୍କ ଜେଏମ୍‌ଏଫ୍‌ସି କୋର୍ଟରୁ ଜାମିନ ପାଇବା ପରେ ସେ ଚେନ୍ନାଇ ଯାଇଛନ୍ତି।

ଅଭିଜିତଙ୍କୁ ରାଜ୍ୟ ସରକାର କ୍ଷମା ଦେବା ପରେ ମାମଲା ପ୍ରତ୍ୟାହାର କରିନେବା ପାଇଁ ନିଷ୍ପତ୍ତି ନେଇଥିଲେ। ଜାମିନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଜିତଙ୍କ ଓକିଲ। ଓଡ଼ିଶା ହାଇକୋର୍ଟ ଗତ ବୁଧବାର ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ତାଙ୍କୁ କୋଣାର୍କ ଜେଏମ୍‌ଏଫ୍‌ସି କୋର୍ଟରୁ ଜାମିନ ମିଳିବା ପରେ ଜେଲରୁ ମୁକୁଳିଛନ୍ତି।

ଜେଲରୁ ମୁକୁଳିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ ଅଭିଜିତ। ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେ ସିଧା ଭୁବନେଶ୍ୱର ଏୟାରପୋର୍ଟ ଆସିଥିଲେ। ସେଠାରୁ ସେ ସିଧାସଳଖ ଚେନ୍ନାଇ ଯାଇଛନ୍ତି।

କୋଣାର୍କ ମନ୍ଦିର ଏବଂ ବିଧାୟକମାନଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ବିବଦୀୟ ହୋଇଥିବା ଅଭିଜିତଙ୍କୁ ଅକ୍ଟୋବର ୨୩ରେ ଗିରଫ କରାଯାଇଥିଲା। ହାଇକୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା।

Comment