ବାଙ୍କିରୁ ଆଶିଷ ମହାପାତ୍ର

ବାଙ୍କିରେ ପରିମଳକୁ ନେଇ ସାଧାରଣରେ ଜୋର ଧରିଲା ଚର୍ଚ୍ଚା

ସରକାରଙ୍କ ତରଫରୁ ରାଜ୍ୟର ପ୍ରଥମ ବାହ୍ୟମଳମୁକ୍ତ ସହର ଭାବେ ଘୋଷଣା ହୋଇଥିବା ବାଙ୍କିରେ ପରିବେଶ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରକୁ ସୁନ୍ଦର ଓ ସ୍ଵଚ୍ଛ ରଖିବା ପାଇଁ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚଳୟ ଏକ ରକମ ଅଚଳ ହୋଇପଡ଼ିଛି।

ସହରର ବର୍ଜ୍ୟ ବସ୍ତୁ ପାଇଁ ବିଭିନ୍ନ ସ୍ଥାନରେ ନାଲି ଓ ନୀଳ ରଙ୍ଗର ଦୁଇଟି ଲେଖାଏଁ ଡଷ୍ଟବିନ ରଖାଯାଇଥିଲା। ତାହା ଏବେ ଭାଙ୍ଗିରୁଜି ଗଲାଣି। କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରୁଛନ୍ତି ସହରବାସୀ।

ଆବର୍ଜନା ଏଣେତେଣେ ପଡ଼ି ରହୁଥିବାରୁ ବାଙ୍କିରେ ଅସ୍ଵାସ୍ଥ୍ୟକର ପରିବେଶ ଦେଖାଯାଉଛି। ସହରର ବିଭିନ୍ନ ସ୍ଥାନରେ ବସାଯାଇଥିବା ଡଷ୍ଟବିନର ଅବସ୍ଥା ଆହୁରି ଶୋଚନୀୟ। କେଉଁଠାରେ ଡଷ୍ଟବିନ୍ ପୋତି ହୋଇ ଗଲାଣି ତ କେଉଁଠାରେ ଡଷ୍ଟବିନ୍ ଝୁଲନ୍ତା ଅବସ୍ଥାରେ ରହିଛି। ଆଉ କେଉଁଠାରେ ଆଦୌ ଡଷ୍ଟବିନ୍ ନାହିଁ।

ଅନ୍ୟପଟେ ଏହି ଅଞ୍ଚଳର ସମସ୍ତ ଡ୍ରେନ୍ ଗୁଡିକ ପରିତ୍ୟକ୍ତ ଅବସ୍ଥାରେ ଥିବା ବେଳେ ପଙ୍କ ଭର୍ତ୍ତି ହୋଇ ସେଗୁଡିକ ଅକାମି ହେବାକୁ ବସିଲାଣି ।

ସହରର ଏପରି ଅବସ୍ଥା ଦେଖିଲେ କିଭଳି ଭାବରେ ବାଙ୍କି ଏନଏସିକୁ ବାହ୍ୟମଳମୁକ୍ତ ସହର ଘୋଷଣା କରାଗଲା ସେନେଇ ସାଧାରଣରେ ଚର୍ଚ୍ଚା ଜୋର ହେଉଛି।

“ସହରକୁ ପ୍ରତିଦିନ ସଫା କରିବା ପାଇଁ ବ୍ୟବସ୍ଥା ରହିଛି। ଯଦି ଏହା ଠିକ୍ ଭାବେ କରାଯାଉନଥିବ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ସ୍ଥାନରେ ଡଷ୍ଟିବନ ଭାଙ୍ଗି ଯାଇଛି ସେଠାରେ ନୂଆ ଡଷ୍ଟବିନ ଲଗାଇବାକୁ ବ୍ୟବସ୍ଥା କରାଯାଉଛି”, କହିଛନ୍ତି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟବ୍ରତ ମନ୍ତ୍ରୀ।

ବାଙ୍କି ସବ୍‌ଡିଭିଜନର ବାଙ୍କି ବିଜ୍ଞାପିତ ଅଞ୍ଚଳ ପରିଷଦ ୧୭ ଗୋଟି ୱାର୍ଡକୁ ନେଇ ଗଠିତ। ବିଭିନ୍ନ ସମୟରେ ଏଠାରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ତାହାର ସଫଳ ରୂପାୟନରେ ବାଙ୍କି ବିଜ୍ଞାପିତ ଅଞ୍ଚଳ ପରିଷଦ ଫେଲ୍ ମାରିଛି।

Comment