ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆରେ ମୋଦି ସମସ୍ତ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ମୋଦିଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ଫଲୋ କରିଛନ୍ତି ୧୫.୫ ମିଲିଅନ୍‌ ଫଲୋୟର୍ସ।

 

View this post on Instagram

 

Met @virat.kohli and @anushkasharma. Congratulated them on their wedding.

A post shared by Narendra Modi (@narendramodi) on

ମୋଦି ୨୦୧୭ରେ ଭାରତୀୟ କ୍ରିକେଟ ଅଧିନାୟକ ଏବଂ ବଲିଉଡ ଅଭିନେତ୍ରୀଙ୍କ ସହ ଭେଟିଥିଲେ। ଏହି ଫଟୋ ସବୁଠୁ ବେଶି ଲୋକପ୍ରିୟ ହୋଇଛି। ଏହି ଫଟୋରେ ୧.୮ ମିଲିୟନ୍‌ ଫଲୋୟର୍ସ ଫଲୋ କରିଛନ୍ତି। ଏହି ଫଟୋରେ ୧୦.୭ ହଜାର କମେଣ୍ଟ ମଧ୍ୟ ପାଇଛନ୍ତି ମୋଦି। ଏହି ଫଟୋ ୨୦ ଡିସେମ୍ବର ୨୦୧୭କୁ ପୋଷ୍ଟ ହୋଇଥିଲା।

ନରେନ୍ଦ୍ର ମୋଦି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସର୍ବମୋଟ ୨୩୯ଟି ଫଟୋ ଶେୟାର କରିଛନ୍ତି।

ଟିପ୍ଲୋମାସୀ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଦ୍ୱିତୀୟ ନମ୍ବରରେ ଅଛନ୍ତି। ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ୧୪ ମିଲିୟନ୍‌ ଫଲୋୟର୍ସ ଅଛନ୍ତି। ତୃତୀୟ ସ୍ଥାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ୧୦.୯ ମିଲିୟନ ଫଲୋୟର୍ସ ଫଲୋ କରିଛନ୍ତି।

Comment