ଓଡ଼ିଶାଲାଇଭ୍ ବ୍ୟୁରୋ

କୋଣାର୍କ ମନ୍ଦିରରେ ଡ୍ରୋନ କ୍ୟାମେରା ଉଡ଼ାଇ୨ ପର୍ଯ୍ୟଟକ ଅଟକ ରହିଛନ୍ତି। ଅଟକ ରହିଥିବା ଦୁଇ ଜଣ ବ୍ୟକ୍ତି ରୁଷୀୟ ପର୍ଯ୍ୟଟକ ଜଣାପଡ଼ିଛି। ଡ୍ରୋନ କ୍ୟାମେରା ଉଡୁଥିବାର ଖବର ପାଇ ପ୍ରତ୍ନତତ୍ତ୍ଵ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଅଟକ ରଖିଛି।

କୋଣାର୍କକୁ ବୁଲିବାକୁ ଆସିଥିଲାବେଳେ ୨ ପର୍ଯ୍ୟଟକ ଡ୍ରୋନ କ୍ୟାମେରାରେ ଫଟୋ ଉଠାଉଥିଲେ। ଡ୍ରୋନ ଉଡ଼ାଉଥିବାର ଦେଖି ଲୋକେ ପ୍ରତ୍ନତତ୍ତ୍ଵ ବିଭାଗକୁ ଖବର କରିଥିଲେ।

କିଛି ଦିନ ପୂର୍ବରୁ ଡ୍ରୋନ କ୍ୟାମେରା ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଥିଲେ। ବିନା ଅନୁମତିରେ ଡ୍ରୋନ ଉଡ଼ାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସୂଚିତ କରିଥିଲେ।

Comment