ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ମଙ୍ଗଳବାର ଦ୍ୱିତୀୟ କ୍ରସ ଓଭର ମ୍ୟାଚ୍‌ ଖେଳାଯିବ। ଅପରାହ୍ନ ୪ଟା ୪୫ରେ ବେଲଜିୟମ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ସେହିପରି ଦ୍ୱିତୀୟ ମ୍ୟାଚ ରାତି ୭ଟାରେ ଖେଳାଯିବ। ନେଦରଲ୍ୟାଣ୍ଡ ଓ କାନାଡା ମଧ୍ୟରେ ଖେଳାଯିବ। କ୍ୱାର୍ଟର ଫାଇନାଲ ପାଇଁ ଚାରୋଟି ଦଳ ଖେଳିବେ।

ଦ୍ୱିତୀୟ କ୍ରସ ଓଭର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି। ପାକିସ୍ତାନ ବିପକ୍ଷରେ ନେଦରଲ୍ୟାଣ୍ଡ ଫେଭରେଟ ରହିଛି। ତେବେ ନେଦରଲ୍ୟାଣ୍ଡ ଓ କାନାଡା ମଧ୍ୟରେ ହେବାକୁ ଥିବା ମ୍ୟାଚରେ ନେଦରଲ୍ୟାଣ୍ଡର ପଲା ଭାରି ରହିଛି। ତେଣୁ ଏହି ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ହେବାର ଆଶା କରାଯାଉଛି। ନେଦରଲ୍ୟାଣ୍ଡ ଏବଂ କାନାଡା ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲାରେ ବିଜୟୀ ଦଳ ଭାରତ ସହ କ୍ୱାର୍ଟରଫାଇନାଲ ଖେଳିବ।

Comment