ଓଡ଼ିଶାଲାଇଭ୍ ବ୍ୟୁରୋ

ରାହୁଲଙ୍କୁ ମିଳିଲା ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନ କରିବା ଦାୟିତ୍ଵ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଦାୟିତ୍ଵ ରାହୁଲ ଗାନ୍ଧିଙ୍କୁ ଦିଆଯାଇଛି। ବୁଧବାର ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଡିସେମ୍ବର ୧୧ରେ ନିର୍ବାଚନ ଫଳାଫଳ ଆସିବା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆସନ ଉପରେ ସମସ୍ତଙ୍କ ନଜର ରହିଛି। ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ଭିତରୁ କିଏ ଏହି ଆସନରେ ବସିବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦୁଇ ଜଣ ଦାବିଦାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ରହିଛନ୍ତି।

ବୁଧବାର ବସିଥିବା ବୈଠକରେ ବିଧାୟକରେ ବିଧାୟକ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଥିବା ସୂଚନା ମଳିଛି।

ଏ ପ୍ରସଙ୍ଗରେ ସଚିନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରାଯିବ।

ରାଜସ୍ଥାନରେ ୧୯୯ ଆସନ ପାଇଁ ମତଦାନ ହୋଇଥିଲା। ଯେଉଁଥିରେ କଂଗ୍ରେସ ୯୯ଟି ଆସନ ଅକ୍ତିଆର କରିଛି। ବିଜେପିକୁ ୭୩ଟି ଆସନ ଅନ୍ୟାନ୍ୟକୁ ୨୭ ଟି ଆସନ ମିଳିଛି।

Comment