ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଜଣାଶୁଣା ପ୍ରଯୋଜନା ସଂସ୍ଥା ଭିତରୁ ଗତ କିଛି ବର୍ଷ ହେବ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଏହାର ପ୍ରଥମ କାରଣ ହେଲା ୨୦୧୫ରୁ ଏଯାବତ୍ ପ୍ରତି ବର୍ଷ ଦୁଇଟି/ତିନିଟି ଓଡ଼ିଆ ସିନେମା ନିର୍ମାଣ କରୁଛି ଏହି ପ୍ରଯୋଜନା ସଂସ୍ଥା।

ଫିଲ୍ମ ହିଟ୍ ହେଉ କି ଫ୍ଲପ୍ ହେଉ, ସେଥିପ୍ରତି ଧ୍ୟାନ ନ ଦେଇ ବି ଫିଲ୍ମ ପରେ ଫିଲ୍ମ ନିର୍ମାଣ କରିଚାଲିଛି ଏହି ପ୍ରଯୋଜନା ସଂସ୍ଥା। ଆଉ ଏହା ଭିତରେ କେତେ ଜଣ ନୂଆ କଳାକାରଙ୍କୁ ବି ବ୍ରେକ୍ ଦେଇଛି ଏହି ସଂସ୍ଥା।

ଏଲିନା ସାମନ୍ତରାୟ

୨୦୧୫ରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ପ୍ରଥମ ଓଡ଼ିଆ ଛବି ‘ଇଶ୍କ ତୁ ହି ତୁ’ ରିଲିଜ୍‌ ହୋଇଥିଲା। ଏଥିରେ ନାୟିକା ଭାବେ ଡେବ୍ୟୁ କରିଥିଲେ ଏଲିନା ସାମନ୍ତ ରାୟ। ଏହି ସିନେମାରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ବନିଥିଲେ ଏଲିନା। ପ୍ରଥମ ଫିଲ୍ମରେ ହିଁ ଷ୍ଟାର୍ ବନିଗଲେ ଏଲିନା ସାମନ୍ତରାୟ। ଏହା ପରେ ଏଲିନା ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରଯୋଜିତ ‘ଜଗା ହାତରେ ପଘା’, ଲଭ ଷ୍ଟେସନ, ଅଭୟ ଏବଂ ‘ହାପିଲକି’ ଆଦି ଫିଲ୍ମରେ ବି ନାୟିକା ଭୂମିକାରେ ନଜର ଆସିଛନ୍ତି। କହିବାକୁ ଗଲେ ଏହି ବ୍ୟାନରର ସବୁଠାରୁ ଅଧିକ ସିନେମାରେ ଅଭିନୟ କରିଥିବା ନାୟିକା ଜଣକ ହେଲେ ଏଲିନା।

ଭୂମିକା ଦାଶ

୨୦୧୭ରେ ରିଲିଜ୍‌ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ବ୍ଲକ ବଷ୍ଟର ମୁଭି ହେଲା ‘ତୁ ମୋ ଲଭ ଷ୍ଟୋରି’। ଏହି ଫିଲ୍ମରେ ପ୍ରଯୋଜନା ସଂସ୍ଥା ଆଉ ଜଣେ ନାୟିକାଙ୍କୁ ଆଣିଥିଲା। ସେ ହେଲେ ଏବେକାର ଚର୍ଚ୍ଚିତା ନାୟିକା ଭୂମିକା। ଏଥିରେ ଭୂମିକାଙ୍କ ନାୟକ ଥିଲେ ନବାଗତ ସ୍ୱରାଜ। ଏହାପରେ ଭୂମିକା ତରଙ୍ଗ ସିନେ ପ୍ରଡକ୍ସନ୍ସର ଅନ୍ୟ ଦୁଇଟି ସିନେମା ‘ହିରୋ ନଂ୧’ ଓ ‘ଶ୍ରୀମାନ ସୁରଦାସ’ରେ ବି ନାୟିକା ଭୂମିକା ନିଭାଇଛନ୍ତି।

ଶିବାନୀ

ଆଉ ଜଣେ ଟପ୍‌ ନାୟିକା ହେଲେ ଶିବାନୀ, ଯାହାଙ୍କର ଏକ ନୂଆ ସିନେମା ଦିଲ୍ ମୋର ମାନେନା’ର ସୁଟିଂ ଚାଲିଛି। ଶିବାନୀଙ୍କୁ ବି ତରଙ୍ଗ ସିନେ ପ୍ରଡକ୍ସନ୍ସ ‘ସିଷ୍ଟର ଶ୍ରୀଦେବୀ’ରେ ଲଞ୍ଚ୍ କରିଥିଲା। ତା’ପରେ ଏହି ବ୍ୟାନରର ‘ପ୍ରେମ କୁମାର’ରେ ବି ନଜର ଆସିଛନ୍ତି ଶିବାନୀ।

ଓଲିଉଡ ନାୟିକା ଶିବାନୀ ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ‘ସିଷ୍ଟର ଶ୍ରୀଦେବୀ’ରେ ସୁପରଷ୍ଟାର ବାବୁସାନ୍‌ଙ୍କ ସାଥ୍‌ ପାଇଥିଲେ। ତା’ପରେ ସେ “ପ୍ରେମକୁମାର’ରେ ଆଗଧାଡ଼ିର ନାୟକ ଅନୁଭବଙ୍କ ନାୟିକା ବନିବାର ସୁଯୋଗ ପାଇଥିଲେ।

ନିହାରିକା ଦାଶ

ତରଙ୍ଗ ସିନେ ପ୍ରଡକ୍ସନ୍ସର ଆଉ ଜଣେ ଆବିଷ୍କାର ହେଲେ ନିହାରିକା ଦାଶ। ସେ ତରଙ୍ଗ ଟିଭିରେ ପ୍ରସାରିତ ରିଆଲିଟି ସୋ’ ‘କିଏ ହବ ମୋ’ ହିରୋଇନ୍’ର ବିଜୟିନୀ ହେବା ପରେ ‘ତୁ କହିବୁ ନା ମୁଁ’ ରେ ଷ୍ଟାରସନ୍‌ ଅମ୍ଳାନଙ୍କ ବିପକ୍ଷରେ ନାୟିକା ବନିଥିଲେ। ଏହା ପରେ ନିହାରିକାଙ୍କୁ ଏହି ପ୍ରଯୋଂଜନା ସଂସ୍ଥାର ଅନ୍ୟ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ।

ସସ୍ମିତା

ସସ୍ମିତା ହେଲେ ଆଉ ଜଣେ ନାୟିକା ଯାହାଙ୍କୁ ବି ତରଙ୍ଗ ସିନେ ପ୍ରଡକ୍ସନ୍ସ ନାୟିକା ଭାବେ ବ୍ରେକ୍‌ ଦେଇଥିଲେ। ହଁ ସସ୍ମିତା ଏହି ବ୍ୟାନରରେ ନିର୍ମିତ ଓଡ଼ିଆ ସିନେମା ‘ହାପି ଲକି’ରେ ନାୟିକା ଭାବେ ନଜର ଆସିଥିଲେ। ସସ୍ମିତାଙ୍କୁ ଏହି ଓଡ଼ିଆ ସିନେମାରେ ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା।

ସୁପ୍ରିୟା ନାୟକ

ତରଙ୍ଗ ସିନେ ପ୍ରଡକ୍ସନ୍ସ ତା’ର ଅନ୍ୟ ଏକ ଫିଲ୍ମ ‘ଲଭ୍‌ ପାଇଁ କୁଛ୍ ଭି କରେଗା’ରେ ସୁପ୍ରିୟା ନାୟକ ବାବୁସାନଙ୍କ ହିରୋଇନ ହେବା ପାଇଁ ସୁଯୋଗ ଦେଇଥିଲେ। ସୁପ୍ରିୟା ଅବଶ୍ୟ ପରେ ଅନ୍ୟ ଏକ ପ୍ରଯୋଜନା ସଂସ୍ଥାର ସିନେମା ‘ଓନ୍‌ଲି ପ୍ୟାର୍‌’ରେ ପୁଣି ଥରେ ବାବୁସାନଙ୍କ ନାୟିକା ବନିଥିଲେ। ହେଲେ ବାବୁସାନ୍‌-ସୁପ୍ରିୟାଙ୍କ ଯୋଡ଼ି ବକ୍ସ ଅଫିସରେ ସଫଳ ହୋଇପାରିନଥିଲା।

ଦିବ୍ୟା

ସୁନ୍ଦରଗଡ଼ର ସଲମାନ୍ ଖାନ୍’ରେ ଦିବ୍ୟାଙ୍କୁ ବ୍ରେକ୍‌ ଦେଇଥିଲେ। ଏ ଦୁହେଁ ବାବୁସାନଙ୍କ ନାୟିକା ହେବାର ସୁଯୋଗ ପାଇଥିଲେ ପ୍ରଥମ ଫିଲ୍ମରେ। ଦିବ୍ୟା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍’ ପରେ ‘ଫିଲ୍ ମାଇଁ ଦିଲ୍’ ଟାଇଟଲରେ ଏକ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି। କିନ୍ତୁ ଏ ଦୁହିଁଙ୍କୁ ଏଯାଏଁ ତରଙ୍ଗ ସିନେ ପ୍ରଡକ୍ସନ୍ସ  ରିପିଟ୍ କରିନାହିଁ।

Comment