ଓଡ଼ିଶାଲାଇଭ ବ୍ୟୁରୋ

ଡିପ ଡିପ୍ରେସନରେ ପରିଣତ ହେଲା ଡିପ୍ରେସନ। ସାଇକ୍ଲନିକ୍ ଷ୍ଟର୍ମର ରୂପ ନେବା ଆଶଙ୍କା। ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ଲାଗିରହିଛି। ଏହା ସହିତ କୋରପୁଟ ନବରଙ୍ଗପୁର ସହ ଆଉ କିଛି ଜିଲ୍ଲାରେ ଅଧିକ ବର୍ଷାର ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ମିଳିଛି।

ପାଣିପାଗ ବିଭାଗର ସୂଚନାନୁସାରେ ଏହା ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ କିମ୍ବା ବାତ୍ୟାର ରୂପ ନେଇପାରେ। ଏହା ସହିତ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି। ସ୍ଥଳଭାଗ ଛୁଇଁଲେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୧୦ କିମି ରହିବା ସହ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ।

ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ତରଫରୁ ନିଆଯାଇଛି ଆଗୁଆ ପଦକ୍ଷେପ। ଅମଳ ଧାନକୁ ଖଳାକୁ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ୧୬ ଓ ୧୭ ତାରିଖରେ ବର୍ଷା ଅଧିକ ହେବା ସହିତ ସମୁଦ୍ର ଅଶାନ୍ତ ରହିପାରେ।

Comment