ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଆତ୍ମସମର୍ପଣ କରିଥିବା ହାର୍ଡକୋର ମାଓବାଦୀଙ୍କ ସହ ହକି ମ୍ୟାଚ୍‌ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକିର କ୍ୱାଟର ଫାଇନାଲର ମ୍ୟାଚ୍‌ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆତ୍ମସର୍ମପଣ କରିଥିବା ମାଓବାଦୀମାନେ ବସି ଖେଳ ଉପଭୋଗ କରିଥିଲେ।

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ ମ୍ୟାଚ୍‌କୁ ଦେଖିବାକୁ ନକ୍ସଲମାନେ ସାମିଲ ହୋଇଥିଲେ। ଜଣେ କି ଦୁଇ ଜଣ ନୁହେଁ ସମାଜର ମୁଖ୍ୟ ସ୍ରୋତରେ ଫେରି ଆସିବା ପାଇଁ ପାଖାପାଖି ୩୦ ମାଓବାଦୀ ସାମିଲ ହୋଇଥିଲେ।

ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ତତ୍ୱାବଧାନରେ ଆସିଥିବା ଏହି ମାଓବାଦୀମାନେ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ୍‌କୁ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here