ଓଡ଼ିଶାଲାଇଭ ବ୍ୟୁରୋ
ଓଡ଼ିଶା ଆଡ଼କୁ ମାଡିଆସୁଛି ବାତ୍ୟା। ଯାହାଫଳରେ ୧୬ ଏବଂ ୧୭ ଦୁଇଦିନ ଧରି ପ୍ରବଳ ବର୍ଷା ହେବା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ବର୍ଷାଯୋଗୁଁ ରାଜ୍ୟର ୬ଟି ଜିଲ୍ଲାରେ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କନ୍ଧମାଳ, ମାଲକାନଗିରି, କଳହାଣ୍ଡି, କୋରାପୁଟ, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ ଅଧିକ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ।
ବର୍ଷା ପାଇଁ ଚାଷୀମାନଙ୍କୁ ସେମାନଙ୍କ ଅମଳ ଧାନ ଖଳାକୁ ନେବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଅଧିକାଂଶ ସ୍ଥାନରେ ଏବେ କପା ଅମଳ ସମୟ ହୋଇଥିବାରୁ ଏତେ କମ ସମୟ ମଧ୍ୟରେ କିପରି କପାକୁ ଖଳାକୁ ଆଣିବେ ସେ ନେଇ ଚିନ୍ତାରେ କପା ଚାଷୀ। ଶନିବାର ସାରାରାଜ୍ୟରେ କୋହଲା ପାଗ ଦେଖିବାକୁ ମିଳିଛି। ଶନିବାର ସଂଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଇଏମଡି।

















