ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପେଥାଇ’ ବାତ୍ୟା ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୨୦୦ କିଲୋମିଟରଠାରୁ ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ସୋମବାର ଅପରାହ୍‌ଣ ୨ଟା୩୦ରୁ ୫ଟା ମଧ୍ୟରେ କାକିନାଡା ତୁନୀ ମଧ୍ୟରେ ସ୍ତଳଭାଗ ଛୁଇଁବ।

ବାତ୍ୟା ‘ପେଥାଇ’ ଯୋଗୁଁ ଘଣ୍ଟାକୁ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହୁଥିବା ପାଣିପାଗ ତରଫରୁ ସୂଚନା ମିଳିଛି। ‘ପେଥାଇ’ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ ମଙ୍ଗଳବାର ପର୍ଯ୍ୟନ୍ତ ରହିବ ଫଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପେଥାଇର ପ୍ରଭାବ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଏବଂ ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଅଧିକ ଅନୁଭୂତ ହେବ। ଏଣୁ ଉପରୋକ୍ତ ୭ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର ଛୁଟି ଘୋଷଣା କରାଯାଇଛି।

୧୦ ହଜାର ସରକାରୀ କର୍ମଚାରୀ, ୧୦୦୦ ପୋଲିସ କର୍ମଚାରୀ ଓ ୫୦୦ ଏନ୍‌ଡିଆରଏଫ ଯବାନଙ୍କୁ ପୂର୍ବ ଓ ପଶ୍ଚିମ ଗୋଦାବରୀ ଓ ବିଶାଖପାଟଣା ଜିଲ୍ଲାରେ ନିୟୋଜିତ ଅଛନ୍ତି। ଭାରତୀୟ ନୌସେନା ପକ୍ଷରୁ ୨ଟି ହେଲିକପ୍ଟର ମୁତୟନ କରାଯାଇଛି।

କାକିନାଡାଠାରୁ ବିଶାଖାପାଟଣା ମଧ୍ୟରେ ସମୁଦ୍ର କୂଳରେ ରହିଥିବା ୩୫୦ ଗ୍ରାମର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ୧୦୦ଟି ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କୁ ରଖାଯାଇଛି। କୈଣସି ଜରୁରୀଳକୀନ ପରିସ୍ଥିତି ପାଇଁ କାକିନାଡାରେ ଗୋଟିଏ ହେଲିକପ୍ଟର ପ୍ରସ୍ତୁତ ରହିଛି।

ବିଦ୍ୟୁତ ବିଭାଗ ପକ୍ଷରୁ ୨୦ହଜାର ବିଦ୍ୟୁତ ଖୁଣ୍ଟକୁ ରଖାଯାଇଛି। ୫୦୦ ବିଦ୍ୟୁତ୍ କର୍ମଚାରୀ ସଜାଗ ରହିଛନ୍ତି। ସେହିପରି ୧୫ ହଜାର ଲିଟର ଡିଜେଲ ରଖାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟେରେ ରଖି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ କେତେକ ଟ୍ରେନ୍‌କୁ ବାତିଲ କରାଯିବା ସହ କିଛି ଟ୍ରେନ୍‌ର ରୁଟ୍ ପରିବର୍ତ୍ତନ କରାଯାଇଛି। ଏଥି ସହିତ ବିଶାଖାପାଟଣା ଓ ବିଜୟୱାଡା ରେଲୱେ ଷ୍ଟେସନରେ ହେଲ୍ପ ଲାଇନ୍‌ ସେଣ୍ଟର ଖୋଲାଯାଇଛି।

Comment