ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମୃତି ଇରାନିଙ୍କ ବିରୋଧରେ ଥିବା ମାନହାନି ମାମଲାକୁ ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ।

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ନାମରେ ଥିବା ଏକ ମାନହାନି ମାମଲାକୁ ଶେଷ କରିଛନ୍ତି। ଏହି ମାମଲା ଦୀର୍ଘ ୬ ବର୍ଷ ହେଲା ଚାଲିଥିଲା। କଂଗ୍ରେସ ନେତା ସଂଜୟ ନିରୁପମ ସ୍ମୃତି ଇରାନିଙ୍କ ବିରୋଧରେ ଏହି ମାନହାନି ମାମଲା ଦାଏର କରିଥିଲେ। ଯାହାକୁ ବୁଧବାର ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି।

ଗୋଟିଏ ପଟେ ସ୍ମୃତିଙ୍କ ମାମଲା ଶେଷ ହୋଇଥିଲାବେଳେ ସଞ୍ଜୟଙ୍କ ବିରୋଧରେ ମାନହାନି କେସ ଚାଲିବ। କୋର୍ଟଙ୍କ କହିବା ଅନୁସାରେ ୨୦୧୨ରେ ଏକ ଟିଭି ଶୋରେ ସ୍ମୃତିଙ୍କ ପାଇଁ ସଂଜୟ ଯେଉଁ ଅପଶବ୍ଦ ବ୍ୟବହାର କରିଥିଲେ। ସେହି ଆଧାରରେ ତାଙ୍କ ବିରୋଧରେ ଏହି ମାମଲା ଚାଲୁ ରହିବ। ଏହି କେସ୍ ପଟିୟାଲା ହାଉସ୍‌କୋର୍ଟରେ ଚାଲିଛି।

ତେବେ ଉଭୟ ଏହି ମାମଲାକୁ ରଦ୍ଦ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ବୁଧବାର କୋର୍ଟ ସ୍ମୃତିଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।

Comment