ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସର ପୂର୍ବତନ ନେତା ସଜ୍ଜନ କୁମାର ଆତ୍ମସମର୍ପଣ ପାଇଁ କୋର୍ଟଙ୍କୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ସମୟ ମାଗିଛନ୍ତି।

କଂଗ୍ରେସର ପୂର୍ବତନ ନେତା ସଜ୍ଜନ କୁମାର ଆତ୍ମସମର୍ପଣ କରିବା ପାଇଁ ଜାନୁଆରୀ ୩୧ ପର୍ଯ୍ୟନ୍ତ କୋର୍ଟଙ୍କୁ ସମୟ ମାଗିଛନ୍ତି। ଏନେଇ ସଜ୍ଜନ ଏକ ଆବେଦନ ପତ୍ର କୋର୍ଟରେ ଦାଖଲ କରିଛନ୍ତି।

ଡିସେମ୍ବର ୧୭ରେ ଦିଲ୍ଲୀ ହାଇକୋର୍ଟ ୧୯୮୪ ଶିଖ ବିରୋଧୀ ଦଙ୍ଗା ଘଟଣାରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

କୋର୍ଟ ସଜ୍ଜନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ଦେଇଥିଲେ। ପାରିବାରିକ କାମ ଥିବା ଦର୍ଶାଇ ଆଉ କିଛି ଦିନ ସମୟ ମାଗିଛନ୍ତି ସଜ୍ଜନ।

୧୯୮୪ ମସିହା ନଭେମ୍ବର ମାସରେ ଦିଲ୍ଲୀସ୍ଥିତ ଛାବନୀର ରାଜନଗର ଅଞ୍ଚଳରେ ଗୋଟିଏ ଶିଖ ପରିବାରର ୫ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଘଟଣାର ୩୪ବର୍ଷ ପରେ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

୨୦୧୩ରେ ତଳ କୋର୍ଟ ପ୍ରଥମେ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତା’ପରେ ସେ ହାଇକୋର୍ଟରେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ।

Comment